ଡାହାଣୀ ସନ୍ଦେହରେ ହତ୍ୟା ନା ବଳି? ଜଙ୍ଗଲରୁ ମିଳିଲା ଦୁଇ ନିଖୋଜ ନାବାଳକଙ୍କ ଗଳିତ ମୃତଦେହ

  ରାଇରଙ୍ଗପୁର: ଉପାନ୍ତ ଜିଲ୍ଲାଗୁଡ଼ିକରେ ଏବେ ବି ଭୁତପ୍ରେତ ଓ ଡାହାଣୀ ଏକ ସାମାଜିକ ସମସ୍ୟା ହୋଇ ରହିଛି। ଖବର ଆସୁଛି,କେଉଁଠି ଗାଁଲୋକ କାହାକୁ ବାସନ୍ଦ କରିଛନ୍ତି ତ କେଉଁଠି ବାଡ଼ା ପିଟା ଓ ହତ୍ୟା ପର୍ଯ୍ୟନ୍ତ କଥା ଯାଉଛି। ଅନୁମାନ କରାଯାଉଛି, ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏପରି ଏକ ଘଟଣା ଘଟିଛି। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଝିପାବନ୍ଧ ଗାଁ ନିକଟ ଜଙ୍ଗଲରୁ ନିଖୋଜ ଦୁଇ ନାବାଳକଙ୍କ ଗଳିତ ମୃତଦେହ ଆଜି ଉଦ୍ଧାର କରାଯାଇଛି। ଏମାନଙ୍କୁ […]

dead

Rakesh Mallick
  • Published: Saturday, 22 July 2017
  • , Updated: 22 July 2017, 03:12 PM IST

 

ରାଇରଙ୍ଗପୁର: ଉପାନ୍ତ ଜିଲ୍ଲାଗୁଡ଼ିକରେ ଏବେ ବି ଭୁତପ୍ରେତ ଓ ଡାହାଣୀ ଏକ ସାମାଜିକ ସମସ୍ୟା ହୋଇ ରହିଛି। ଖବର ଆସୁଛି,କେଉଁଠି ଗାଁଲୋକ କାହାକୁ ବାସନ୍ଦ କରିଛନ୍ତି ତ କେଉଁଠି ବାଡ଼ା ପିଟା ଓ ହତ୍ୟା ପର୍ଯ୍ୟନ୍ତ କଥା ଯାଉଛି। ଅନୁମାନ କରାଯାଉଛି, ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏପରି ଏକ ଘଟଣା ଘଟିଛି।

ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଝିପାବନ୍ଧ ଗାଁ ନିକଟ ଜଙ୍ଗଲରୁ ନିଖୋଜ ଦୁଇ ନାବାଳକଙ୍କ ଗଳିତ ମୃତଦେହ ଆଜି ଉଦ୍ଧାର କରାଯାଇଛି। ଏମାନଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଥିବା ପୋଲିସ୍‌ ଅନୁମାନ କରୁଛି। ତେବେ ଦୁଇ ନାବାଳକଙ୍କ ମାଆ ଏବେବି ନିଖୋଜ ଅଛନ୍ତି।ତେଣୁ ମାଆଙ୍କ ଉପରେ ବି ସନ୍ଦେହ ହେବାରେ ଲାଗିଛି।

ଝିପାବନ୍ଧ ଗାଁର ମଧୂସୁଦନ ସିଙ୍କଙ୍କ ପତ୍ନୀ ରିଙ୍କି ସିଙ୍କୁ ଓ ଦୁଇ ପୁଅ ଜଗନ୍ନାଥ ସିଙ୍କୁ(୧୦ବର୍ଷ) ଓ ଜାସମାତ ସିଙ୍କୁ(୩ ବର୍ଷ) ତାଙ୍କର ଦୁଇ ପୁଅ ଗତ ମଙ୍ଗଳବାରଠାରୁ ନିଖୋଜ ହୋଇଯାଇଥିଲେ। ଏ ନେଇ ମଧୂସୁଦନ ବାଦାମପାହାଡ଼ ଥାନାରେ ଏତଲା ଦେଇଥିଲେ। ପୋଲିସ୍‌ ଘଟଣାରେ ତଦନ୍ତ କରୁଥିବା ବେଳେ ଆଜି ନିଖୋଜ ଦୁଇ ନବାଳକଙ୍କ ମୃତଦେହ ଗାଁ ନିକଟ ଜଙ୍ଗଲରୁ ଗଳିତ ଅବସ୍ଥାରେ ଉଦ୍ଧାର କରିଛି। ଦୁଇ ନାବାଳକଙ୍କ ତଣ୍ଟିକାଟି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ୍‌ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି।

ତେବେ  ପିଲା ଦୁଇଟିଙ୍କୁ କେହି କାହିଁକି ହତ୍ୟା କରିବ? ପିଲାଙ୍କ ସହ ତ କୌଣସି ଶତ୍ରୁତା ନଥିବ। ହୁଏତ ପିଲାଙ୍କ ପରିବାର ସହ ଶତ୍ରୁତାରୁ ଏପରି ଜଘନ୍ୟ କାଣ୍ଡ କେହି ଘଟାଇ ଥାଇପାରେ। କିମ୍ବା ଡାହାଣି ସନ୍ଦେହରେ ଅଥବା ବଳି ଦେବା ପାଇଁ  କେହି ଏପରି ଘଟାଇଥାଇପାରେ ବୋଲି ସ୍ଥାନୀୟ ଲୋକମାନେ ସନ୍ଦେହ କରୁଛନ୍ତି। ପୋଲିସ୍‌ ତଦନ୍ତ ପରେ ହିଁ ତାହା ସ୍ପଷ୍ଟ ହୋଇପାରେ।

 

Related story