ଡଙ୍ଗା ଆଣିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ନାବାଳକ

କୋଣାର୍କ(ସଞ୍ଜୟ ପତି): ପୋଖରୀରେ ବୁଡ଼ିଯାଇ ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି। ପୋଖରୀରେ ଭାସୁଥିବା ଡ଼ଙ୍ଗା ଆଣିବାକୁ ଯାଇ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ଆଜି ଏପରି ହୃଦୟବିଦାରକ ଘଟଣା ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳରେ ଘଟିଛି। ଆଜି ଥିଲା କାର୍ତ୍ତିକ ପୂର୍ଣ୍ଣିମା। ଆଳିପିଙ୍ଗଳ ଗାଁ ଉତ୍ସବ ମୁଖର ହୋଇଥିଲା। ଡ଼ଙ୍ଗା ଭସା ସରିବା ପରେ ସଂକୀର୍ତ୍ତନମଣ୍ଡଳୀ ଗାଁ ପରିକ୍ରମା କରିଥିଲା। ସଂକୀର୍ତ୍ତନ ମଣ୍ଡଳୀ ସହିତ ୭ ବର୍ଷର ଶକ୍ତି ସାହୁ ଓ ୧୦ ବର୍ଷର ସାଇରାମ […]

Drowned

Manoranjan Sial
  • Published: Friday, 19 November 2021
  • , Updated: 19 November 2021, 04:47 PM IST

କୋଣାର୍କ(ସଞ୍ଜୟ ପତି): ପୋଖରୀରେ ବୁଡ଼ିଯାଇ ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି। ପୋଖରୀରେ ଭାସୁଥିବା ଡ଼ଙ୍ଗା ଆଣିବାକୁ ଯାଇ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ଆଜି ଏପରି ହୃଦୟବିଦାରକ ଘଟଣା ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳରେ ଘଟିଛି।

ଆଜି ଥିଲା କାର୍ତ୍ତିକ ପୂର୍ଣ୍ଣିମା। ଆଳିପିଙ୍ଗଳ ଗାଁ ଉତ୍ସବ ମୁଖର ହୋଇଥିଲା। ଡ଼ଙ୍ଗା ଭସା ସରିବା ପରେ ସଂକୀର୍ତ୍ତନମଣ୍ଡଳୀ ଗାଁ ପରିକ୍ରମା କରିଥିଲା। ସଂକୀର୍ତ୍ତନ ମଣ୍ଡଳୀ ସହିତ ୭ ବର୍ଷର ଶକ୍ତି ସାହୁ ଓ ୧୦ ବର୍ଷର ସାଇରାମ ବାରିକ ବୁଲୁଥିଲେ। ଠିକ୍‌ ଏହି ସମୟରେ ସେମାନଙ୍କ ନଜର ପୋଖରୀ ଉପରେ ପଡ଼ିଥିଲା। ପୋଖରୀରେ ଭାସୁଥିବା ଡଙ୍ଗା ଆଣିବାକୁ ସେମାନେ ଯାଉଥିଲେ। ଅସାବଧାନତା ଯୋଗୁ ସେମାନଙ୍କ ପାଦ ଖସି ଯାଇଥିଲା।

ପାଦ ଖସି ଯିବାରୁ ଶକ୍ତି ଓ ସାଇରାମ ପୋଖରୀରେ ବୁଡ଼ି ଯାଇଥିଲେ। ପୋଖରୀ କୂଳରେ ଜଣେ ପିଲା ଏହା ଦେଖି କୀର୍ତ୍ତନମଣ୍ଡଳୀରେ ଥିବା ଲୋକଙ୍କୁ ଡାକିଥିଲେ। ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇ ନିମାପଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Related story