ନଦୀକୁ ଗାଧୋଇବାକୁ ଯାଇ ଦୁଇ ନାବାଳକ ନିଖୋଜ

ବଣାଇ (ରଣଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡର ଲହୁଣୀପଡା ଥାନା ଅନ୍ତର୍ଗତ ତୁମକେଳା ଗ୍ରାମର ୨ ଜଣ ନାବାଳକ ତୁମକଳା ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ପିଲାମାନଙ୍କ ଡ୍ରେସ୍‌, ମୋବାଇଲ୍‌, ବାଇକ୍‌ ତୁଠରେ ଥୁଆ ହୋଇଥିବା ବେଳେ କେହି ନଥିବାରୁ ସନ୍ଦେହ କରି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହାପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନଦୀରେ ସେମାନଙ୍କୁ ଖୋଜାଖୋଜି କରୁଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଉଭୟଙ୍କୁ ଉଦ୍ଧାର କରାଯାଇ […]

bonai

Rakesh Mallick
  • Published: Wednesday, 20 June 2018
  • , Updated: 20 June 2018, 09:50 PM IST

ବଣାଇ (ରଣଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡର ଲହୁଣୀପଡା ଥାନା ଅନ୍ତର୍ଗତ ତୁମକେଳା ଗ୍ରାମର ୨ ଜଣ ନାବାଳକ ତୁମକଳା ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ପିଲାମାନଙ୍କ ଡ୍ରେସ୍‌, ମୋବାଇଲ୍‌, ବାଇକ୍‌ ତୁଠରେ ଥୁଆ ହୋଇଥିବା ବେଳେ କେହି ନଥିବାରୁ ସନ୍ଦେହ କରି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହାପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନଦୀରେ ସେମାନଙ୍କୁ ଖୋଜାଖୋଜି କରୁଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଉଭୟଙ୍କୁ ଉଦ୍ଧାର କରାଯାଇ ପାରିନାହିଁ।

ଆଜି ସକାଳରେ ଲହୁଣୀପଡା ବଜାର ଅଞ୍ଚଳରୁ ଶିବମ ରାୟ (୧୪) ଏବଂ ସୌରଭ ଜୈସ୍ୱାଲ (୧୫) ନଦୀକୁ ଗାଧୋଇବାକୁ କହି ଘରୁ ବାଇକ୍‌ରେ ବାହାରି ନଦୀ ଘାଟକୁ ଯାଇଥିଲେ। ଏହାପରେ ସେମାନେ ନିଖୋଜ ହୋଇଯାଇଛନ୍ତି।

Related story