କୂଅରେ ପଡ଼ି ଦୁଇ ଶିଶୁ ମୃତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ଅନ୍ତର୍ଗତ ଘୁଷରାମାଲ ଗାଁରେ ଆଜି କୂଅରେ ପଡ଼ି ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ମୃତ ଭାଇଭଉଣୀଙ୍କ ନାଁ ହେଉଛି ବିଦୁସ୍ମିତା ସ୍ୱାଇଁ (୮) ଓ ଦିବକାର ସ୍ୱାଇଁ (୨)। ରେଢ଼ାଖୋଲ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ କହିଛନ୍ତି,“ମୃତକଙ୍କ ମା’ ସୁଷମା ସ୍ୱାଇଁ ପାଖ ନାଳକୁ ଗାଧୋଇବାକୁ ଯାଇଥିଲେ। ତାଙ୍କ ସାଙ୍ଗରେ ଦୁଇ ଛୁଆଙ୍କୁ ମଧ୍ୟ ନେଇ ଯାଇଥିଲେ। ତେବେ ଫେରିବା ବାଟରେ ଛୁଆ ଦୁଇଟି ଏକ କୂଆ ପାଖରେ […]

two-child-death

Rakesh Mallick
  • Published: Tuesday, 26 April 2016
  • , Updated: 26 April 2016, 12:11 PM IST

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ୍ ଅନ୍ତର୍ଗତ ଘୁଷରାମାଲ ଗାଁରେ ଆଜି କୂଅରେ ପଡ଼ି ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ମୃତ ଭାଇଭଉଣୀଙ୍କ ନାଁ ହେଉଛି ବିଦୁସ୍ମିତା ସ୍ୱାଇଁ (୮) ଓ ଦିବକାର ସ୍ୱାଇଁ (୨)।

ରେଢ଼ାଖୋଲ ଏସ୍‌ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ କହିଛନ୍ତି,“ମୃତକଙ୍କ ମା’ ସୁଷମା ସ୍ୱାଇଁ ପାଖ ନାଳକୁ ଗାଧୋଇବାକୁ ଯାଇଥିଲେ। ତାଙ୍କ ସାଙ୍ଗରେ ଦୁଇ ଛୁଆଙ୍କୁ ମଧ୍ୟ ନେଇ ଯାଇଥିଲେ। ତେବେ ଫେରିବା ବାଟରେ ଛୁଆ ଦୁଇଟି ଏକ କୂଆ ପାଖରେ ଅଟକି ଯାଇଥିଲେ। ସେମାନଙ୍କ ମା’ ଏ ବିଷୟରେ ଜାଣିପାରି ନ ଥିଲେ। ଘରେ ପହଞ୍ଚିବା ପରେ ଛୁଆ ଦୁଇଟିକୁ ନ ପାଇ ଖୋଜିବାକୁ ଉକ୍ତ କୂଅ ପାଖକୁ ଯାଇଥିଲା। ମୃତଦେହ ଦୁଇଟି କୂଅରେ ଭାସୁଥିବା ସେ ଦେଖିବାକୁ ପାଇଥିଲେ। ଗାଁ ଲୋକେ ମୃତଦେହ ଦୁଇଟିକୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଥିଲେ।”

Related story