ପେଟ ଫୁଲିବାରୁ ଓ ନାହି ପାଚିବାରୁ ଦେଇ ଦେଲେ ଚେଙ୍କ, ଦୁଇ ଶିଶୁ ଗୁରୁତର

Ordigital Desk
  • Published: Sunday, 11 June 2017
  • , Updated: 11 June 2017, 09:45 AM IST
<p>କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ଼ ୨ଜଣ ଶିଶୁକୁ ଚେଙ୍କ ଦିଆଯାଇ ଥିବା ଅଭିଯୋଗ ହୋଇଛି। ପେଟ ଫୁଲିବା ଓ ନାହି ପାଚିବାରୁ ୭ ଦିନର ଶିଶୁପୁତ୍ର ଓ ଅନ୍ୟ ଏକ ୧୮ ମାସର ଶିଶୁ କନ୍ୟା ଦେହରେ ଚେଙ୍କ ଦିଆଯାଇଛି।</p> <p>ହରିଚନ୍ଦନପୁର ବ୍ଲକର ଦୁର୍ଗମ ଅଞ୍ଚଳ ବହରାଗୁଡ଼ା ଗାଁର ଶିଶୁ ପୁତ୍ରଟିକୁ ତା&rsquo;ର ଜେଜେମା ଚେଙ୍କ ଦେଇଥିବା ବେଳେ ସଦର ବ୍ଲକ କୁସୁମିତା ଗାଁ ନିକଟ ପାଟପାଣି ସାହିର ଶିଶୁକନ୍ୟାକୁ ବାପା ବୈଦ୍ୟ ପାଖକୁ ନେଇ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି।</p> <p>ଉଭୟ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।&nbsp; ଶିଶୁକନ୍ୟାଟି ମ୍ୟାଲେରିଆ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।</p>

Related story