କାନ୍ଥ ନେଲା ଜୀବନ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମନୋହରପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଘର କାନ୍ଥ ପଡ଼ି ଭାଇ,ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଶ୍ରୀରାମ ପଣ୍ଡା(୩) ଓ ଗୀତା ମୁଣ୍ଡା(୫)। ସେମାନଙ୍କ ମା’ ଓ ଆଉ ଜଣେ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ରୁକ୍ମିଣୀ ମୁଣ୍ଡା ୩ ଛୁଆଙ୍କ ସହ ଘରେ ଶୋଇଥିଲେ। ଲଗାଣ ବର୍ଷାରେ ଦୁର୍ବଳ ହୋଇଯାଇଥିବା ଘରର କାନ୍ଥ ସେମାନଙ୍କ ଉପରେ ଭୁଶୁଡ଼ି […]

wallcollapse

Jyoshna Pradhan
  • Published: Monday, 10 September 2018
  • , Updated: 10 September 2018, 06:30 AM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମନୋହରପୁର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଘର କାନ୍ଥ ପଡ଼ି ଭାଇ,ଭଉଣୀଙ୍କ ମୃତ୍ୟୁ ଘଟିଛି।

ମୃତକ ଦ୍ୱୟ ହେଲେ ଶ୍ରୀରାମ ପଣ୍ଡା(୩) ଓ ଗୀତା ମୁଣ୍ଡା(୫)। ସେମାନଙ୍କ ମା’ ଓ ଆଉ ଜଣେ ଭଉଣୀ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଗତକାଲି ରୁକ୍ମିଣୀ ମୁଣ୍ଡା ୩ ଛୁଆଙ୍କ ସହ ଘରେ ଶୋଇଥିଲେ। ଲଗାଣ ବର୍ଷାରେ ଦୁର୍ବଳ ହୋଇଯାଇଥିବା ଘରର କାନ୍ଥ ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା।

ଘଟଣାସ୍ଥଳରେ ଶ୍ରୀରାମ ଓ ଗୀତାଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ହୋଇଥିବା ରୁକ୍ମିଣୀ ଓ ତାଙ୍କର ଆଉ ଜଣେ ଝିଅ ହେମଲତା(୪)ଙ୍କୁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related story