ଭିଜିଲାନ୍ସ ଜାଲରେ ଦୁଇ କୋଟିପତି କିରାଣି

ଯାଜପୁର/ଭୁବନେଶ୍ୱର (ଗୁଲାମ ଗସ/ଆଲୋକ ମହାନ୍ତି): ଭିଜିଲାନ୍ସ ରେଡ୍‌ ପରେ ଜାଲରେ ପଡ଼ିଛନ୍ତି ୨ କୋଟିପତି କିରାଣି। ଜଣେ ହେଉଛନ୍ତି ଭୁବନେଶ୍ୱର ସବ୍‌କଲେକ୍ଟର ଅଫିସର ବରିଷ୍ଠ କିରାଣି ଉଦୟନାଥ ଜେନା ଓ ଅନ୍ୟ ଜଣେ ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ସବ୍‌ରେଜିଷ୍ଟ୍ରାର ଅଫିସ୍‌ର କିରାଣି ରତ୍ନାକର ମହାନ୍ତି। ଭିଜିଲାନ୍ସ ଟିମ୍‌ ଚଢ଼ଉ କରି ଉଦୟନାଥ ଜେନାଙ୍କଠାରୁ ୧ କୋଟି ୩୨ ଲକ୍ଷ ଟଙ୍କାର ସଂପତ୍ତି ଠାବ କରିଛି। ତାଙ୍କର ପୁରୀରେ ଫ୍ଲାଟ, ଭୁବନେଶ୍ୱରରେ ୨ ମହଲା କୋଠା ଠାବ […]

bbsr-and-jajpur

Manoranjan Sial
  • Published: Thursday, 12 November 2020
  • , Updated: 12 November 2020, 08:36 PM IST

ଯାଜପୁର/ଭୁବନେଶ୍ୱର (ଗୁଲାମ ଗସ/ଆଲୋକ ମହାନ୍ତି): ଭିଜିଲାନ୍ସ ରେଡ୍‌ ପରେ ଜାଲରେ ପଡ଼ିଛନ୍ତି ୨ କୋଟିପତି କିରାଣି। ଜଣେ ହେଉଛନ୍ତି ଭୁବନେଶ୍ୱର ସବ୍‌କଲେକ୍ଟର ଅଫିସର ବରିଷ୍ଠ କିରାଣି ଉଦୟନାଥ ଜେନା ଓ ଅନ୍ୟ ଜଣେ ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ସବ୍‌ରେଜିଷ୍ଟ୍ରାର ଅଫିସ୍‌ର କିରାଣି ରତ୍ନାକର ମହାନ୍ତି।

ଭିଜିଲାନ୍ସ ଟିମ୍‌ ଚଢ଼ଉ କରି ଉଦୟନାଥ ଜେନାଙ୍କଠାରୁ ୧ କୋଟି ୩୨ ଲକ୍ଷ ଟଙ୍କାର ସଂପତ୍ତି ଠାବ କରିଛି। ତାଙ୍କର ପୁରୀରେ ଫ୍ଲାଟ, ଭୁବନେଶ୍ୱରରେ ୨ ମହଲା କୋଠା ଠାବ କରାଯାଇଛି। ଏହାଛଡ଼ା ବିଭିନ୍ନ ବ୍ୟାଙ୍କରେ ୯ ଲକ୍ଷ ୩୦ ହଜାର ଟଙ୍କା ଜମା ଥିବା ଭିଜିଲାନ୍ସ ଟିମ୍‌ ଜାଣିବାକୁ ପାଇଛି।

ଠିକ୍‌ ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ସବ୍ରେଜିଷ୍ଟ୍ରାର ଅଫିସର କିରାଣି ରତ୍ନାକର ମହାନ୍ତିଙ୍କଠାରୁ ଆଜି ୧ କୋଟି ୨୯ ଲକ୍ଷର ସଂପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍‌। ଆଜି ସକାଳେ ରତ୍ନାକର ମହାନ୍ତିଙ୍କ ବାସଭବନରେ ଭିଜିଲାନ୍ସ ଚଢଉ କରିଛି। ଏଥିସହ ତାଙ୍କ ପୈତୃକ ଗାଁ ଓ ଶ୍ୱଶୁର ଘର ସମେତ ୭ଟି ସ୍ଥିତରେ ଚଢ଼ଉ କରାଯାଇଛି। ଚଢଉ ସମୟରେ ଚହଟା ସ୍ଥିତ ତାଙ୍କ ବାସଭବନରୁ ନଗଦ ୮ରୁ୯ଲକ୍ଷ ଟଙ୍କା, ୩୦୦ ଗ୍ରାମର ସୁନା, ରୁପା ଅଳଙ୍କାର ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଏଥିସହ ବହୁ ବ୍ୟାଙ୍କ ପାସ ବୁକ, ଜମିଜମା ସଂକ୍ରାନ୍ତିୟ କାଗଜପତ୍ର ମଧ୍ୟ ଜବତ କରିଛି ଭିଜିଲାନ୍ସ ବିଭାଗ। ରତ୍ନାକର ମହାନ୍ତିଙ୍କ ୩ଟି ବିଲ୍‌ଡିଂ ସହ ଗୋଟିଏ ହୋଟେଲ୍‌ ଠାବ କରାଯାଇଛି।

Related story