ଥାନାରେ ମୃତ୍ୟୁ ମାମଲାରେ ୨ ପୁଲିସ କର୍ମଚାରୀ ସ୍‌ସପେଣ୍ଡ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ଗୋଳନ୍ଥରା ଥାନା ଭିତରେ ଅଭିଯୁକ୍ତର ଆତ୍ମହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। DIG ଓ SP ଙ୍କ ଘଟଣା ସ୍ଥଳ ପରିଦର୍ଶନ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଗୋଳନ୍ଥରା ଥାନାର ୨ ପୁଲିସ କର୍ମଚାରୀଙ୍କୁ ସ୍‌ସପେଣ୍ଡ କରାଯାଇଛି। ଗୋଳନ୍ଥରା ଥାନା ଡିସିଓ ତଥା ASI ପି.ସି ଆଚାର୍ଯ୍ୟ ଓ କନଷ୍ଟେବଲ ସେଣ୍ଟ୍ରି ଡି.ପି ଜେନାଙ୍କୁ ସସ୍‌ପେଣ୍ଡ କଲେ ଏସ୍‌ପି। ଉଭୟଙ୍କୁ ସସପେଣ୍ଡ ସହ ଗୋଳନ୍ଥରା IICଙ୍କୁ ବଦଳି କରାଯାଇଛି। ଗୋପାଳପୁର ଥାନା IIC ବିବେକାନନ୍ଦ ମହାନ୍ତ […]

DeadBody

Manoranjan Sial
  • Published: Tuesday, 04 May 2021
  • , Updated: 04 May 2021, 06:11 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ଗୋଳନ୍ଥରା ଥାନା ଭିତରେ ଅଭିଯୁକ୍ତର ଆତ୍ମହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। DIG ଓ SP ଙ୍କ ଘଟଣା ସ୍ଥଳ ପରିଦର୍ଶନ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଗୋଳନ୍ଥରା ଥାନାର ୨ ପୁଲିସ କର୍ମଚାରୀଙ୍କୁ ସ୍‌ସପେଣ୍ଡ କରାଯାଇଛି। ଗୋଳନ୍ଥରା ଥାନା ଡିସିଓ ତଥା ASI ପି.ସି ଆଚାର୍ଯ୍ୟ ଓ କନଷ୍ଟେବଲ ସେଣ୍ଟ୍ରି ଡି.ପି ଜେନାଙ୍କୁ ସସ୍‌ପେଣ୍ଡ କଲେ ଏସ୍‌ପି। ଉଭୟଙ୍କୁ ସସପେଣ୍ଡ ସହ ଗୋଳନ୍ଥରା IICଙ୍କୁ ବଦଳି କରାଯାଇଛି। ଗୋପାଳପୁର ଥାନା IIC ବିବେକାନନ୍ଦ ମହାନ୍ତ ହେଲେ ଗୋଳନ୍ଥରା ଥାନା IIC। ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଟିମ୍‌ ଗଠନ କରାଯାଇଛି।

ଗତକାଲି ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ଭିତରେ ହାଜତରୁ ଗଣେଶ ଡାକୁଆ ନାମକ ଜଣେ ଅଭିଯୁକ୍ତର ମୃତଦେହ ମିଳିଥିଲା। ସଂପୃକ୍ତ ଅଭିଯୁକ୍ତ ଜଣକ ଏହି ଥାନା ଅନ୍ତର୍ଗତ ରଙ୍ଗିପୁର ଗାଁର। ଏକ ଗଣ୍ଡଗୋଳ ମାମଲାରେ ତାଙ୍କୁ ପୁଲିସ ଥାନାକୁ ଆଣିଥିଲା।

Related story