କରୋନା ବେଳେ ଅଦାଲତ ଗୁଡ଼ିକ କେଉଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ସମୟରେ ବିଚାରାଳାୟ ଗୁଡ଼ିକ ସମ୍ମୁଖୀନ ହୋଇଥିବା ସମସ୍ୟା ସମ୍ପର୍କିତ ଦୁଇ ଦିନିଆ ୱେବିନାର ଆଜି ଆରମ୍ଭ ହୋଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓ ଓଡ଼ିଶା ଜୁଡ଼ିସିଆଲ୍‌ ଏକାଡେମୀ ଆନୁକୂଲ୍ୟରେ ହୋଇଥିବା ଏହି ୱେବିନାରକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡି. ଏସ୍‌. ମୁରଲୀଧର ଭିଡିଓ କନ୍‌ଫେରିସିଂରେ ଉଦ୍‌ଘାଟନ କରିଥିଲେ। ୱେବିନାରରେ ଉଚ୍ଚତମ ନ୍ୟାୟାଳର ପୂର୍ବତନ ମୁଖ୍ୟ ବିଚରପତି ନ୍ୟାୟମୂର୍ତ୍ତି ଜି.ବି. ପଟ୍ଟନାୟକ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର […]

odisha-high

Manoranjan Sial
  • Published: Saturday, 16 January 2021
  • , Updated: 16 January 2021, 10:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ସମୟରେ ବିଚାରାଳାୟ ଗୁଡ଼ିକ ସମ୍ମୁଖୀନ ହୋଇଥିବା ସମସ୍ୟା ସମ୍ପର୍କିତ ଦୁଇ ଦିନିଆ ୱେବିନାର ଆଜି ଆରମ୍ଭ ହୋଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓ ଓଡ଼ିଶା ଜୁଡ଼ିସିଆଲ୍‌ ଏକାଡେମୀ ଆନୁକୂଲ୍ୟରେ ହୋଇଥିବା ଏହି ୱେବିନାରକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡି. ଏସ୍‌. ମୁରଲୀଧର ଭିଡିଓ କନ୍‌ଫେରିସିଂରେ ଉଦ୍‌ଘାଟନ କରିଥିଲେ।

ୱେବିନାରରେ ଉଚ୍ଚତମ ନ୍ୟାୟାଳର ପୂର୍ବତନ ମୁଖ୍ୟ ବିଚରପତି ନ୍ୟାୟମୂର୍ତ୍ତି ଜି.ବି. ପଟ୍ଟନାୟକ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ନ୍ୟାୟମୂର୍ତ୍ତି ସି.ଆର୍‌. ଦାଶ ଯୋଗଦେଇ ମହାମାରୀ ସମୟରେ ବିଚାରାୟଙ୍କ ଦାୟତ୍ୱ ଓ ଭୂମିକା ସମ୍ପର୍କିତ ସମ୍ପର୍କରେ ଆଲୋକପାତ କରିଥିଲେ।

ସେହିପରି ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ମାନ୍ୟବର ନ୍ୟାୟମୂର୍ତ୍ତି ଡି.ପି ମହାପାତ୍ର ଓ ଓଡ଼ିଶାର କ୍ଷମତା ସମ୍ପନ୍ନ କୋଭିଡ୍‌ ଅଫିସର ଡାକ୍ତର ସିବିକେ ମହାନ୍ତି ୱେବିନାରରେ ସାମିଲ ହୋଇ ମହାମାରୀ ସମୟରେ ବିଚାରାଳାୟର ସୁରକ୍ଷା ଓ ନିରାପତ୍ତା ଭିତରେ ନିଆଯାଇଥିବା କାର୍ଯ୍ୟଧାରା ଉପରେ ନିଜର ମତ ରଖିଥିଲେ। ଅନ୍ୟତମ ଅତିଥି ଭାବେ ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ମାନ୍ୟବର ନ୍ୟାୟମୂର୍ତ୍ତି ଡ. ଏ ପଶାୟତ ଓ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ପ୍ରମଥ ପଟ୍ଟନାୟକ ସାମିଲ ହୋଇ ମହାମାରୀ ସମୟରେ ଆବେଦନକାରୀଙ୍କର ସ୍ୱାଧୀନ ନ୍ୟାୟସଙ୍ଗତ ଓ ତ୍ୱରିତ ବିଚାର ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ସମ୍ପର୍କରେ ଆଲୋକପାତ କରିଥିଲେ।

ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ନ୍ୟାୟମୂର୍ତ୍ତି ଏ.କେ.ପଟ୍ଟନାୟକ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ବି.ପି. ରାଉତରାୟ ୱେବିନାରେ ଯୋଗଦେଇ ଦାରିଦ୍ର୍ୟତା ଓ ନ୍ୟାୟ ପ୍ରକ୍ରିୟା ମଧ୍ୟରେ ହସ୍ତକ୍ଷେପ କରି ଗରିବ ଲୋକଙ୍କ ସାମ୍ୱିଧାନିକ ଉଚ୍ଚାଙ୍କାକ୍ଷା ପୂରଣ କରିବା ଉପରେ ମତ ରଖିଥିଲେ। ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ମୁଖ୍ୟବିଚାରପତି ନ୍ୟାୟମୂର୍ତ୍ତି ଦୀପକ ମିଶ୍ର ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ଏସ୍‌.କେ ସାହୁ ଯୋଗଦେଇ ନିଜର ମତ ରଖିଥିଲେ।

ସମାରୋହ ପ୍ରାରମ୍ଭରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଓ ଓଡ଼ିଶା ଜୁଡ଼ିସିଆଲ୍‌ ଏକାଡେମୀ କମିଟିର ସଭାପତି ନ୍ୟାୟମୂର୍ତ୍ତି ସଞ୍ଜୟ କୁମାର ମିଶ୍ରଙ୍କୁ ସ୍ୱାଗତ ଭାଷଣ ପାଠ କିରିଥିଲେ।

Related story