ଦୁଇଦିନିଆ ବିଧାୟକ ପ୍ରଶିକ୍ଷଣ ଶିବିର ଉଦଯାପିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭା ଓ ବିଧାନସଭା ସଚିବାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ ବିଧାୟକ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଛି । ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଲେ ଯେ, ପ୍ରଶିକ୍ଷଣ ଦ୍ୱାରା ମନ୍ତ୍ରୀ, ବିଧାୟକ ଓ ବିଧାୟିକାମାନେ ବିଶେଷକରି ନୂଆ ବିଧାୟକମାନେ ଗୃହ ମଧ୍ୟରେ ନିଜର ଦକ୍ଷତା ଓ ପାରଦର୍ଶିତା ପ୍ରଦର୍ଶନ କରିବାରେ ଅଧିକ ସକ୍ଷମ ହୋଇପାରିବେ। ସେମାନେ […]

two-days-mla-training-program-is-complete

Manoranjan Sial
  • Published: Saturday, 14 September 2019
  • , Updated: 14 September 2019, 09:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକସଭା ଓ ବିଧାନସଭା ସଚିବାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ ବିଧାୟକ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଛି । ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଲେ ଯେ, ପ୍ରଶିକ୍ଷଣ ଦ୍ୱାରା ମନ୍ତ୍ରୀ, ବିଧାୟକ ଓ ବିଧାୟିକାମାନେ ବିଶେଷକରି ନୂଆ ବିଧାୟକମାନେ ଗୃହ ମଧ୍ୟରେ ନିଜର ଦକ୍ଷତା ଓ ପାରଦର୍ଶିତା ପ୍ରଦର୍ଶନ କରିବାରେ ଅଧିକ ସକ୍ଷମ ହୋଇପାରିବେ। ସେମାନେ ନିଜକୁ ପ୍ରସ୍ତୁତ କରି ବିଧାନସଭା କାର୍ଯ୍ୟରେ ଅଂଶଗ୍ରହଣ କଲେ ଲୋକମାନଙ୍କର ଆଶାଆକାଂକ୍ଷା ପୂରଣ ହୋଇପାରିବ ଏବଂ ସେମାନେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିବେ। ବିଧାୟକମାନେ ନିୟମିତ ଭାବେ ବିଧାନସଭାର ଲାଇବ୍ରେରୀକୁ ଯାଇ ଅଧ୍ୟୟନ କରିବା ସହ ଗୃହର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହି ପ୍ରଶିକ୍ଷଣ ଶିବିରରେ ଆଜି ‘କିପରି ଜଣେ ପ୍ରଭାବୀ ବିଧାୟକ ହୋଇପାରିବେ’ ଶୀର୍ଷକ ଉପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ଲୋକସଭା ସଚିବାଳୟ ନିର୍ଦ୍ଦେଶକ(ପିଆରଆଇଡିଇ) ପୁଲିନ୍ ଭୂତିଆ ମତ ରଖିଥିଲେ। ସେହିପରି ‘ବିଧାନସଭାରେ ବଜେଟ୍ ପ୍ରକ୍ରିୟା’ ଶୀର୍ଷକ ଉପରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ ଲୋକସଭା ସଚିବାଳୟ ନିର୍ଦ୍ଦେଶକ ଏମକେ ମଧୁସୂଦନ ମତ ରଖିଥିଲେ। ‘ବିଧାନସଭାରେ ସାର୍ବଜନୀନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରଶ୍ନ ଉତଥାପନ ପ୍ରକ୍ରିୟା’ ଶୀର୍ଷକ ଉପରେ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ନିର୍ଦ୍ଦେଶକ ପୁଲିନ ଭୂତିଆ ମତ ରଖିଥିଲେ । ସେହିପରି ‘ଇ-ବିଧାନ’ ଶୀର୍ଷକ ଉପରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସଂସଦୀୟ ବ୍ୟାପାର ବିଭାଗ(ଏନଆଇସି) ଉପମହାନିର୍ଦ୍ଦେଶକ ଏନଏସ୍ ଅର୍ଣ୍ଣେଜା ମତ ରଖିଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନୂଆ ବିଧାୟକମାନଙ୍କ ସମେତ ଅନ୍ୟ ବିଧାୟକମାନେ ସାମିଲ ହୋଇଥିଲେ। ଗତକାଲି ଏହି ପ୍ରଶିକ୍ଷଣ ଶିବିରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ ।ଉଦଯାପନୀ ଦିବସ କାର୍ଯ୍ୟକ୍ରମରେ ଉପବାଚସ୍ପତି ରଜନୀକାନ୍ତ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

Related story