ଦୁଇ ବାଇକ୍ ମୁହାଁମୁହିଁ ଧକ୍କା; ୨ ମୃତ, ୩ ଗୁରୁତର

ମୋହନା (ମିହିର ଯତି): ଗଜପତି ଜିଲ୍ଲା ଅଡ଼ବା ଥାନା ଦମାଦୁଆ ଗାଁ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଦମାଦୁଆ ଗାଁର ସିନୁ ନାୟକ ଓ ଛେଳିଗଡ଼ ଗାଁର ରେଗେନ ବୀର। ଆଜି ପୂର୍ବାହ୍ନରେ ଆଶ୍ୱାନ ବୀର ଓ ରେଗେନ ବୀର ଛେଳିଗଡ଼ ଗାଁରୁ ଦମାଦୁଆ […]

medical

Jitendra Garnayak
  • Published: Monday, 30 November 2020
  • , Updated: 30 November 2020, 12:55 PM IST

ମୋହନା (ମିହିର ଯତି): ଗଜପତି ଜିଲ୍ଲା ଅଡ଼ବା ଥାନା ଦମାଦୁଆ ଗାଁ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୩ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ମୃତକମାନେ ହେଲେ ଦମାଦୁଆ ଗାଁର ସିନୁ ନାୟକ ଓ ଛେଳିଗଡ଼ ଗାଁର ରେଗେନ ବୀର।

ଆଜି ପୂର୍ବାହ୍ନରେ ଆଶ୍ୱାନ ବୀର ଓ ରେଗେନ ବୀର ଛେଳିଗଡ଼ ଗାଁରୁ ଦମାଦୁଆ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ବାଇକ୍ ସହିତ ସେମାନଙ୍କ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ରେଗେନ ବୀରଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟ ଆହତଙ୍କୁ ଉଦ୍ଧାର କରି ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସିନୁ ନାୟକଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ତିନି ଗୁରୁତରଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି।

ଅଡ଼ବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

Related story