କାଲି ପାଣି ମଡ଼ାଇବାକୁ ଯାଇଥିଲେ, ଆଜି ମିଳିଲା ମୃତଦେହ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗତକାଲି ବିଲକୁ ପାଣି ମଡ଼ାଇବାକୁ ଯାଇଥିଲେ। ଆଜି ମିଳିଲା ସେମାନଙ୍କ ମୃତଦେହ। ଉଭୟଙ୍କ ମୃତଦେହ କେନାଲ୍‌ରେ ଭାସୁଥିବା ଦେଖିବାକୁ ମିଳିଥିଲା। କେମିତି ଓ କେଉଁ ପରିସ୍ଥିତିରେ ସେମାନଙ୍କ ମୃତ୍ୟୁ ହେଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଗୋଳନ୍ଥରା ଥାନା ପୁଲିସ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣାଟି ଏମିତି। ବୁଧବାର ରାତିରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଗୋଳନ୍ଥରା ଗାଁର ରାଜୁ ଗୌଡ଼ ଓ ସନାତନ ଜେନା ବିଲରେ ପାଣି […]

Canal

Manoranjan Sial
  • Published: Thursday, 26 August 2021
  • , Updated: 26 August 2021, 06:18 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗତକାଲି ବିଲକୁ ପାଣି ମଡ଼ାଇବାକୁ ଯାଇଥିଲେ। ଆଜି ମିଳିଲା ସେମାନଙ୍କ ମୃତଦେହ। ଉଭୟଙ୍କ ମୃତଦେହ କେନାଲ୍‌ରେ ଭାସୁଥିବା ଦେଖିବାକୁ ମିଳିଥିଲା। କେମିତି ଓ କେଉଁ ପରିସ୍ଥିତିରେ ସେମାନଙ୍କ ମୃତ୍ୟୁ ହେଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଗୋଳନ୍ଥରା ଥାନା ପୁଲିସ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣାଟି ଏମିତି। ବୁଧବାର ରାତିରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଗୋଳନ୍ଥରା ଗାଁର ରାଜୁ ଗୌଡ଼ ଓ ସନାତନ ଜେନା ବିଲରେ ପାଣି ମଡ଼ାଇବାକୁ ଯାଇଥିଲେ। ମାତ୍ର ଘରକୁ ଫେରିନଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ଆଜି ସେମାନଙ୍କ ମୃତଦେହ ବେତ ଘାଇ କେନାଲରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନି ଥିଲେ।

ସେପଟେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ବୁଧବାର ରାତିରେ ସେମାନେ ପାଣି ମଡ଼ାଇବାକୁ ଯାଇଥିବା ବେଳେ କେନାଲକୁ ମୃତଦେହ ଆସିଲା କେମିତି? ସେମାନଙ୍କୁ କେହି ମର୍ଡ଼ର କରି କେନାଲ୍‌କୁ ଫିଙ୍ଗି ଦେଇନାନ୍ତି ତ? ଏମିତି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇପଡ଼ିଛି ରାଜୁ ଓ ସନାତଙ୍କ ମୃତ୍ୟୁ ମାମଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story