କାଲି ଭାସି ଯାଇଥିଲେ, ଆଜି ମିଳିଲା ୨ ଜଣଙ୍କ ମୃତଦେହ

ନୂଆପଡା(ମାୟାଧର ସରାଫ): ମୂର୍ତ୍ତି ବିସର୍ଜନ ବେଳେ ମଦ ଦୋକାନ ମ୍ୟାନେଜରଙ୍କ ସହିତ ୩ ଜଣ ଭାସି ଯାଇଥିଲେ। ଆଜି ସେମାନଙ୍କ ଭିତରୁ ଦୁଇ ଜଣଙ୍କ ମୃତଦେହ ମିଳିଛି। ଅଗ୍ନିଶମ ବିଭାଗ ସେମାନଙ୍କ ମୃତଦେହ ଉଦ୍ଧାର କରିଛି। ଏବେ ମଧ୍ୟ ମ୍ୟାନେଜର ନିଲେଶ ସିଂଙ୍କ ପତ୍ତା ମିଳୁନି। ନୂଆପଡ଼ା ଟାଉନ୍‌ରେ ଥିବା ଏକ ବିଦେଶୀ ମଦ ଦୋକାନରେ ହୋଇଥିଲା ଗଣେଶ ପୂଜା। ଗୁରୁବାର ମଦ ଦୋକାନର କର୍ମଚାରୀମାନେ ଗୋଧସ ଜଳପ୍ରପାତରେ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିଲେ। ଗଣେଶଙ୍କ ମୂର୍ତ୍ତି […]

Nuapada

Manoranjan Sial
  • Published: Friday, 17 September 2021
  • , Updated: 17 September 2021, 05:49 PM IST

ନୂଆପଡା(ମାୟାଧର ସରାଫ): ମୂର୍ତ୍ତି ବିସର୍ଜନ ବେଳେ ମଦ ଦୋକାନ ମ୍ୟାନେଜରଙ୍କ ସହିତ ୩ ଜଣ ଭାସି ଯାଇଥିଲେ। ଆଜି ସେମାନଙ୍କ ଭିତରୁ ଦୁଇ ଜଣଙ୍କ ମୃତଦେହ ମିଳିଛି। ଅଗ୍ନିଶମ ବିଭାଗ ସେମାନଙ୍କ ମୃତଦେହ ଉଦ୍ଧାର କରିଛି। ଏବେ ମଧ୍ୟ ମ୍ୟାନେଜର ନିଲେଶ ସିଂଙ୍କ ପତ୍ତା ମିଳୁନି।

ନୂଆପଡ଼ା ଟାଉନ୍‌ରେ ଥିବା ଏକ ବିଦେଶୀ ମଦ ଦୋକାନରେ ହୋଇଥିଲା ଗଣେଶ ପୂଜା। ଗୁରୁବାର ମଦ ଦୋକାନର କର୍ମଚାରୀମାନେ ଗୋଧସ ଜଳପ୍ରପାତରେ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିଲେ। ଗଣେଶଙ୍କ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ମଦ ଦୋକାନ ମ୍ୟାନେଜର ମିଲେସ ସିଂ, ସେଲ୍‌ସମ୍ୟାନ୍‌ ରାଜକୁମାର ଗୁପ୍ତା ଓ ଅମିତ କୁମାର ପାଣିରେ ଭାସି ଯାଇଥିଲେ। ଜଳପ୍ରପାତରେ ୫୦ ଫୁଟ୍‌ ଉପରୁ ପାଣି ପଡୁଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା।

ଏନେଇ ଅଭିଯୋଗ ହେବା ପରେ ଆଜି ସକାଳେ ନୂଆପଡା ଦମକଳ କର୍ମଚାରୀ ଓ ଧରମବନ୍ଧା ଥାନା ପୁଲିସ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଆଜି ଅମିତ କୁମାର ଗୁପ୍ତା ଓ ରାଜ କୁମାର ଗୁପ୍ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହେଲେ ମ୍ୟାନେଜର ନିଲେଶ ସିଂଙ୍କ କୌଣସି ଖୋଜ ଖବର ମିଳିନାହିଁ। ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Related story