ଗଛରେ ପିଟି ହୋଇ ଜମିରେ ପଡ଼ିଲେ!

ଗୁଣୁପୁର (ଇନ୍ଦ୍ରଜିତ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଲିଫ୍ଟ ଇରିଗେସନ ଅଫିସ ନିକଟରେ ଥିବା ଧାନ ଜମିରୁ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ରାମନାଗଡ଼ା ବ୍ଲକର ଦଣ୍ଡୁଗୁଡ଼ା ଗାଁର ବୋଲି ଜଣାପଡ଼ିଛି। ତେବେ ଖବର ଲେଖାଯିବା ସୁଦ୍ଧା ସେମାନଙ୍କ ନାଁ ଜଣାପଡ଼ିନାହିଁ। ଗତକାଲି ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ଆଜି ସକାଳେ ଦୁଇଜଣଙ୍କ ମୃତଦେହ ଇରିଗେସନ ଅଫିସ ନିକଟରେ […]

accident

Tapaswini Nayak
  • Published: Friday, 01 October 2021
  • , Updated: 01 October 2021, 12:02 PM IST

ଗୁଣୁପୁର (ଇନ୍ଦ୍ରଜିତ କୁମାର ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଲିଫ୍ଟ ଇରିଗେସନ ଅଫିସ ନିକଟରେ ଥିବା ଧାନ ଜମିରୁ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ରାମନାଗଡ଼ା ବ୍ଲକର ଦଣ୍ଡୁଗୁଡ଼ା ଗାଁର ବୋଲି ଜଣାପଡ଼ିଛି। ତେବେ ଖବର ଲେଖାଯିବା ସୁଦ୍ଧା ସେମାନଙ୍କ ନାଁ ଜଣାପଡ଼ିନାହିଁ।

ଗତକାଲି ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ଆଜି ସକାଳେ ଦୁଇଜଣଙ୍କ ମୃତଦେହ ଇରିଗେସନ ଅଫିସ ନିକଟରେ ଥିବା ଧାନ ଜମି ଭିତରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

କୁହାଯାଉଛି, ସେମାନେ ବାଇକ୍‌ରେ ଯାଉଥିବା ବେଳେ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇ ଜମିରେ ପଡ଼ିଯାଇଥିଲେ ଓ ସେମାନଙ୍କ ମୃତ୍ୟୁ ଘଟିଥିଲା। ବାଇକ୍‌ଟି ମଧ୍ୟ ଘଟଣାସ୍ଥଳରେ ପଡ଼ିଥିଲା।  ପୁଲିସ ଦୁର୍ଘଟଣାଗସ୍ତ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

 

 

Related story