ପୁଲିସ୍ ଭ୍ୟାନ୍ ଧକ୍କାରେ ଦୁଇ ମୃତ

ସୋନପୁର(ରବୀନ୍ଦ୍ର ହୋତା): ସୋନପୁର-ବଲାଙ୍ଗିର ରାସ୍ତାର ଅଜୁର୍ନପୁର ଛକ ନିକଟରେ ପୁଲିସ୍‌ ଭ୍ୟାନ୍‌ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଜଳନ୍ଧର ବୁଡ଼େକ ଓ ଦେବେନ୍ଦ୍ର ମଲ୍ଲିକ। ସେମାନଙ୍କ ଘର ବଲାଙ୍ଗିରର ତୁଷୁରା ଥାନା ଅନ୍ତର୍ଗତ ସନ୍ଧିସରା ଗାଁରେ। ଆଜି ଦିନ ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ପୁଲିସ୍‌ ଏହି ଘଟଣାରେ ପୁଲିସ୍‌ ଭ୍ୟାନ୍‌ ଡ୍ରାଇଭର ବାବୁଲ ସେଠୀକୁ ଗିରଫ କରିଛି। ଆଜି କଲେଜରେ ଦେବେନ୍ଦ୍ରଙ୍କ ଆଡମିଶନ୍‌ ଥିଲା। ସେଥିପାଇଁ ଦେବେନ୍ଦ୍ର ଓ ଜଳନ୍ଧର ବାଇକ୍‌ରେ ସୋନପୁର ଆସୁଥିଲେ। […]

road-acidentpp

Tapaswini Nayak
  • Published: Thursday, 12 September 2019
  • , Updated: 12 September 2019, 02:35 PM IST

ସୋନପୁର(ରବୀନ୍ଦ୍ର ହୋତା): ସୋନପୁର-ବଲାଙ୍ଗିର ରାସ୍ତାର ଅଜୁର୍ନପୁର ଛକ ନିକଟରେ ପୁଲିସ୍‌ ଭ୍ୟାନ୍‌ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଜଳନ୍ଧର ବୁଡ଼େକ ଓ ଦେବେନ୍ଦ୍ର ମଲ୍ଲିକ। ସେମାନଙ୍କ ଘର ବଲାଙ୍ଗିରର ତୁଷୁରା ଥାନା ଅନ୍ତର୍ଗତ ସନ୍ଧିସରା ଗାଁରେ। ଆଜି ଦିନ ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ପୁଲିସ୍‌ ଏହି ଘଟଣାରେ ପୁଲିସ୍‌ ଭ୍ୟାନ୍‌ ଡ୍ରାଇଭର ବାବୁଲ ସେଠୀକୁ ଗିରଫ କରିଛି।

ଆଜି କଲେଜରେ ଦେବେନ୍ଦ୍ରଙ୍କ ଆଡମିଶନ୍‌ ଥିଲା। ସେଥିପାଇଁ ଦେବେନ୍ଦ୍ର ଓ ଜଳନ୍ଧର ବାଇକ୍‌ରେ ସୋନପୁର ଆସୁଥିଲେ। ସେହି ସମୟରେ ପୁଲିସ ଭ୍ୟାନଟି ସୋନପୁରରୁ ମୁଦଲା ନେଇ ରାମ ଯାଉଥିବା ବେଳେ ଅର୍ଜୁନପୁର ଛକରେ ବାଇକ୍‌କୁ ଧକ୍କା ଦେଇଥିଲା ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

ସୋନପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Related story