ଗଛ ମୂଳରେ ଛିଡ଼ା ହୋଇଥିଲେ, ବଜ୍ରପାତ ହେଲା

ଅନୁଗୋଳ(ବିରଜା ଦାଶ): ବର୍ଷା ବେଳେ ଗଛ ମୂଳରେ ଛିଡା ହୋଇଥିଲେ। ବଜ୍ରପାତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ଘଟଣା ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ CPP ଟାଙ୍କି ହଟିଂରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଆଜି CPP ଟାଙ୍କି ହଟିଂ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ସିପିପି ଟାଙ୍କି ହଟିଂ ଦାଶରଥ ମୁର୍ମୁ(୩୦) ଓ ରାମ କିସ୍କୁ(୨୫) ଏକ ଗଛ ମୂଳରେ […]

Lightning

Manoranjan Sial
  • Published: Wednesday, 09 September 2020
  • , Updated: 09 September 2020, 06:50 PM IST

ଅନୁଗୋଳ(ବିରଜା ଦାଶ): ବର୍ଷା ବେଳେ ଗଛ ମୂଳରେ ଛିଡା ହୋଇଥିଲେ। ବଜ୍ରପାତ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଏପରି ଘଟଣା ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ CPP ଟାଙ୍କି ହଟିଂରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଆଜି CPP ଟାଙ୍କି ହଟିଂ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ସିପିପି ଟାଙ୍କି ହଟିଂ ଦାଶରଥ ମୁର୍ମୁ(୩୦) ଓ ରାମ କିସ୍କୁ(୨୫) ଏକ ଗଛ ମୂଳରେ ଛିଡ଼ା ହୋଇଥିଲେ। ତେବେ ହଠାତ୍‌ ବଜ୍ରପାତ ହେବାରୁ ସେମାନଙ୍କ ମୃତ୍ୟୁ ଘଟିଛି। ନାଲକୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Related story