ସ୍ୱେରେଜ ଭିତରେ ଅଘଟଣ, ଚାଲିଗଲା ଦୁଇ ଶ୍ରମିକଙ୍କ ଜୀବନ

କଟକ(ଓଡ଼ିଶା ରିପୋର୍ଟର): ସ୍ୱେରେଜ କାମ ଚାଲିଥିବା ବେଳେ ଅଣ ନିଃଶ୍ୱାସୀ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଦୁର୍ଘଟଣା କଟକ CDA ସେକ୍ଟର ୧୦ରେ ଅଞ୍ଚଳରେ ଘଟିଛି। ଠିକା ସଂସ୍ଥାର ଖାମ୍‌ଖିଆଲ ନୀତି ଯୋଗୁ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ପୂରା ଘଟଣା ଏମିତି। ଆଜି କଟକ ସିଡିଏ ସେକ୍ଟର ୧୦ରେ ସ୍ୱେରେଜ ଲାଇନ କାମ ଚାଲିଥିଲା। ଏହି କାମରେ ୩ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ। […]

cuttack

Manoranjan Sial
  • Published: Thursday, 15 April 2021
  • , Updated: 15 April 2021, 03:42 PM IST

କଟକ(ଓଡ଼ିଶା ରିପୋର୍ଟର): ସ୍ୱେରେଜ କାମ ଚାଲିଥିବା ବେଳେ ଅଣ ନିଃଶ୍ୱାସୀ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଦୁର୍ଘଟଣା କଟକ CDA ସେକ୍ଟର ୧୦ରେ ଅଞ୍ଚଳରେ ଘଟିଛି। ଠିକା ସଂସ୍ଥାର ଖାମ୍‌ଖିଆଲ ନୀତି ଯୋଗୁ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି।

ପୂରା ଘଟଣା ଏମିତି। ଆଜି କଟକ ସିଡିଏ ସେକ୍ଟର ୧୦ରେ ସ୍ୱେରେଜ ଲାଇନ କାମ ଚାଲିଥିଲା। ଏହି କାମରେ ୩ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ। ପ୍ରଥମେ ଜଣେ ଶ୍ରମିକ କାମ କରିବା ପାଇଁ ଭିତରେ ଫସି ଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଆଉ ଜଣେ ଶ୍ରମିକ ଯାଇଥିଲେ। ହେଲେ ସେମାନେ ଦୀର୍ଘ ସମୟ ଧରି ବାହାରି ନଥିଲେ। ଏହା ଦେଖି ତୃତୀୟ ଶ୍ରମିକ ଭିତରକୁ ଯାଇଥିଲେ। ସେ ମଧ୍ୟ ଫସି ରହିଥିଲେ। ଦୀର୍ଘ ସମୟ ଧରି ୩ ଶ୍ରମିକ ବାହାରକୁ ଆସିନଥିଲେ। ଏହା ପରେ ଉପସ୍ଥିତ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ କଟକର ପି.ଶଙ୍କର ଓ ବଡମ୍ବା ଅଞ୍ଚଳର ବିଷ୍ଣୁ ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଟି. ଶିବା। ଟି. ଶିବାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଏବେ ସେଠାରେ ଚିକିତ୍ସା ଚାଲିଛି।

Related story