ଅଟୋକୁ ପିଟିଲା ଟ୍ରକ୍‌, ଚାଲିଗଲା ଦୁଇ ଜୀବନ

ବୀରମିତ୍ରପୁର(ରାକେଶ କୁମାର ସାହୁ) : ଛିଡ଼ା ହୋଇଥିବା ଅଟୋକୁ ଧକ୍କା ଦେଲା ଟ୍ରକ୍‌। ପରେ ସମ୍ମୁଖରୁ ଆସୁଥିବା ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଘଟିଛି। ୧୪୩ ନମ୍ୱର ଜାତୀୟ ରାଜପଥର ବୀରମିତ୍ରପୁର ଥାନା ଅନ୍ତର୍ଗତ ରାମପାଲ ଛକ ଆଜି ଏକ ଅଟୋ ଛିଡ଼ା ହୋଇଥିଲା। ଏହି ସମୟରେ ରାଉରକେଲାରୁ […]

Sundargarh

Manoranjan Sial
  • Published: Monday, 24 May 2021
  • , Updated: 24 May 2021, 09:37 PM IST

ବୀରମିତ୍ରପୁର(ରାକେଶ କୁମାର ସାହୁ) : ଛିଡ଼ା ହୋଇଥିବା ଅଟୋକୁ ଧକ୍କା ଦେଲା ଟ୍ରକ୍‌। ପରେ ସମ୍ମୁଖରୁ ଆସୁଥିବା ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଘଟିଛି।

୧୪୩ ନମ୍ୱର ଜାତୀୟ ରାଜପଥର ବୀରମିତ୍ରପୁର ଥାନା ଅନ୍ତର୍ଗତ ରାମପାଲ ଛକ ଆଜି ଏକ ଅଟୋ ଛିଡ଼ା ହୋଇଥିଲା। ଏହି ସମୟରେ ରାଉରକେଲାରୁ ଆସୁଥିବା ମାଲ ବୋଝେଇ ଟ୍ରକ୍‌ ଛିଡ଼ା ହୋଇଥିବା ଅଟୋକୁ ଧକ୍କା ଦେଇଥିଲା। ପରେ ସମ୍ମୁଖରୁ ଆସୁଥିବା ଆଉ ଏକ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ବସିଥିବା ସୁଖୁ ବିଲୁଙ୍ଗ ଓ ୱାସିମ୍ ଖାନଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ନେଇ ସ୍ଥାନୀୟ ଲୋକେ ବୀରମିତ୍ରପୁର ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି କୁଆରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ରାସ୍ତାରେ ସୁଖୁ ବିଲୁଙ୍ଗଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣଙ୍କୁ କୁଆଁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ରାଉରକେଲାରେ ପହଞ୍ଚିବା ପୂର୍ବରୁ କୁମ୍ଭାରପଡ଼ା ଅଞ୍ଚଳର ତାରିଖ ୱାସିମ୍ ଖାନଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ଜଣାପଡିଛି।

ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକ ଫେରାର ହୋଇଯାଇଛି। ପୁଲିସ ଗୁଡିକୁ ଜବତ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି।

Related story