ଘାଟିରୁ ଖସି ପଡ଼ିଲା ଟିପ୍ପର, ଚାଲିଗଲା ୨ ଜୀବନ

କଲ୍ୟାଣସିଂହପୁର (ମାଉଡି ବାରିକ): ଘାଟି ଉପରୁ ଖସି ପଡ଼ିଲା ଟିପ୍ପର। ଫଳରେ ଟିପ୍ପର ଚାଳକ ଓ ହେଲପରଙ୍କ ମୃତ୍ୟୁ ଘଟିଛି। ଆଜି ଏମିତି ମର୍ମନ୍ତୁଦ ଦୁର୍ଘଟଣା ରାୟଗଡ଼ା ଜିଲ୍ଲାରେ ଘଟିଛି। କାଶିପୁର ବ୍ଲକର ଅଡାଟାକିରି-ବୀରବଲଫା ରାସ୍ତା ଠିକ କାମ ଚାଲି ଥିଲା। ଏହି କାମ ଠିକାଦାର ଅରୁଣ ଚୌଧୁରୀ ନେଇଥିଲେ। ଟିପ୍ପରଟି ସେଠାରୁ ମାଲ୍‌ ଅନ୍‌ଲୋଡ୍‌ କରି ଫେରୁଥିବା ବେଳେ ବର୍ତ୍ତିପାଲି ଘାଟିରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଚାଳକ ଓ ହେଲ୍‌ପରଙ୍କର ମୃତ୍ୟୁ ଘଟିଛି। […]

kasipur

Manoranjan Sial
  • Published: Monday, 07 December 2020
  • , Updated: 07 December 2020, 06:55 PM IST

କଲ୍ୟାଣସିଂହପୁର (ମାଉଡି ବାରିକ): ଘାଟି ଉପରୁ ଖସି ପଡ଼ିଲା ଟିପ୍ପର। ଫଳରେ ଟିପ୍ପର ଚାଳକ ଓ ହେଲପରଙ୍କ ମୃତ୍ୟୁ ଘଟିଛି। ଆଜି ଏମିତି ମର୍ମନ୍ତୁଦ ଦୁର୍ଘଟଣା ରାୟଗଡ଼ା ଜିଲ୍ଲାରେ ଘଟିଛି।

କାଶିପୁର ବ୍ଲକର ଅଡାଟାକିରି-ବୀରବଲଫା ରାସ୍ତା ଠିକ କାମ ଚାଲି ଥିଲା। ଏହି କାମ ଠିକାଦାର ଅରୁଣ ଚୌଧୁରୀ ନେଇଥିଲେ। ଟିପ୍ପରଟି ସେଠାରୁ ମାଲ୍‌ ଅନ୍‌ଲୋଡ୍‌ କରି ଫେରୁଥିବା ବେଳେ ବର୍ତ୍ତିପାଲି ଘାଟିରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଚାଳକ ଓ ହେଲ୍‌ପରଙ୍କର ମୃତ୍ୟୁ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଫିଟ୍‌ନେସ୍‌ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Related story