ଓଲଟି ପଡ଼ିଲା ଟ୍ରାକ୍ଟର, ଚାପିହୋଇ ପ୍ରାଣ ହରାଇଲେ ଡ୍ରାଇଭର ଓ ହେଲ୍‌ପର

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବ୍ରେକ୍‌ ମାରିବାରୁ ଓଲଟି ପଡ଼ିଲା ଟ୍ରାକ୍ଟର। ଫଳରେ ଚାଳକ ଓ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିବା ବେଳେ ଡାଲାରେ ବସିଥିବା ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲାରେ ଘଟଇଛି। ପୋଇରାଶି ପଞ୍ଚାୟତ ନୂଆପଲି ଗ୍ରାମରେ ଟ୍ରାକ୍ଟରଟି ଯାଉଥିବା ବେଳେ ଚାଳକ କାଳିଆ ହଠାତ୍‌ ବ୍ରେକ୍‌ ମାରିଥିଲେ। ଫଳରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରାକ୍ଟର ତଳେ ଚାଳକ କାଳିଆ ଓ ହେଲ୍‌ପର ବୁଲୁ […]

Tractor Accident

Manoranjan Sial
  • Published: Saturday, 17 July 2021
  • , Updated: 17 July 2021, 04:27 PM IST

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବ୍ରେକ୍‌ ମାରିବାରୁ ଓଲଟି ପଡ଼ିଲା ଟ୍ରାକ୍ଟର। ଫଳରେ ଚାଳକ ଓ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିବା ବେଳେ ଡାଲାରେ ବସିଥିବା ୨ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲାରେ ଘଟଇଛି।

ପୋଇରାଶି ପଞ୍ଚାୟତ ନୂଆପଲି ଗ୍ରାମରେ ଟ୍ରାକ୍ଟରଟି ଯାଉଥିବା ବେଳେ ଚାଳକ କାଳିଆ ହଠାତ୍‌ ବ୍ରେକ୍‌ ମାରିଥିଲେ। ଫଳରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରାକ୍ଟର ତଳେ ଚାଳକ କାଳିଆ ଓ ହେଲ୍‌ପର ବୁଲୁ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଟ୍ରାକ୍ଟର ଡାଲା ତଳେ ଥିବା ଦୁଇ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

Related story