ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୨ ମୃତ

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏ ଦୁର୍ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ ଚମ୍ପାଯୋଡ଼ି ଗାଁ ନିକଟରେ। ମୃତକମାନେ ହେଲେ ଗୋବିନ୍ଦ ମାଝି ଓ ପରିକ୍ଷିତ ନାୟକ। ଏଥିରେ ଜଣେ ଗୁରୁତର ଭାବେ ଆହତ ବି ହୋଇଛନ୍ତି। ତାଙ୍କ ନାଁ ଲମ୍ବ ନାୟକ। ତାଙ୍କୁ ରାୟଗଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋବିନ୍ଦଙ୍କ ଘର ଲିଙ୍ଗଡ଼ା ଗାଁରେ ହୋଇଥିବା ବେଳେ ପରିକ୍ଷିତଙ୍କ ଘର […]

bike

Jitendra Garnayak
  • Published: Thursday, 14 March 2019
  • , Updated: 14 March 2019, 07:03 PM IST

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏ ଦୁର୍ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ ଚମ୍ପାଯୋଡ଼ି ଗାଁ ନିକଟରେ।

ମୃତକମାନେ ହେଲେ ଗୋବିନ୍ଦ ମାଝି ଓ ପରିକ୍ଷିତ ନାୟକ। ଏଥିରେ ଜଣେ ଗୁରୁତର ଭାବେ ଆହତ ବି ହୋଇଛନ୍ତି। ତାଙ୍କ ନାଁ ଲମ୍ବ ନାୟକ। ତାଙ୍କୁ ରାୟଗଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗୋବିନ୍ଦଙ୍କ ଘର ଲିଙ୍ଗଡ଼ା ଗାଁରେ ହୋଇଥିବା ବେଳେ ପରିକ୍ଷିତଙ୍କ ଘର ସାନମାଟିକଣା ଗାଁରେ।

ଗୋବିନ୍ଦ ତାଙ୍କର ଆଉ ଦୁଇ ଜଣ ସାଙ୍ଗଙ୍କ ସହିତ କାଶୀପୁର ଯାଉଥିଲେ। ଅନ୍ୟପକ୍ଷରେ ପରିକ୍ଷିତ ଓ ଲମ୍ବ କାଶୀପୁରରୁ ସାନମାଟିକଈ ଫେରୁଥିଲେ। ଏହି ସମୟରେ ଚମ୍ପାଯୋଡ଼ି ନିକଟରେ ସେମାନଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ଗୋବିନ୍ଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ପରିକ୍ଷିତଙ୍କୁ କାଶୀପୁର ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ୍ ମୃତଦେହ ଦୁଇଟିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Related story