ନଦୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ୨ ସାଙ୍ଗଙ୍କ ମୃତ୍ୟୁ

two died after drowning in river

yiop

Tapas Behera
  • Published: Tuesday, 14 May 2019
  • , Updated: 14 May 2019, 10:03 PM IST

ଯାଜପୁର(ଗୁଲାମ ଗସ୍‌):ଯାଜପୁର ସଦର ଥାନା ଅନ୍ତର୍ଗତ ବୈତରଣୀ ନଦୀର ରୁଡ଼ିଆ ଆନିକଟ ନିକଟରେ ଗାଧୋଉଥିବା ବେଳେ ବୁଡିଯାଇ ୨ଜଣ ଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସ୍ଥାନୀୟ ଯାଜପୁର ମୁନସିପାଲଟି ଅଞ୍ଚଳର ମହମ୍ମଦ ଅନୱର ହୋଦା (୨୦) ଏବଂ ସେକ ମୋଯସମ (୨୬) ।

ଆଜି  ୫ ଜଣ ଯୁବକ ସାଙ୍ଗ ହୋଇ ଗାଧୋଇବା ପାଇଁ ବୈତରଣୀ ନଦୀର ରୁଡ଼ିଆସ୍ଥିତ ଆନିକଟକୁ ଯାଇଥିଲେ । ସେଠାରେ ଗାଧୋଉଥିବା ବେଳେ ୨ ଜଣ ଯୁବକ ବୁଡିଯାଇଥିଲେ । ଅନ୍ୟ ୩ ଜଣ ସାଙ୍ଗ ଆସି  ଦମକଳ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ଦମକଳ ବାହିନୀ ସେଠାରେ ପହଞ୍ଚି  ଖୋଜାଖୋଜି କରିବା ପରେ ୨ଜଣଙ୍କ  ମୃତଦେହକୁ ସେଠାରୁ ଉଦ୍ଧାର କରାଯାଇଥିଲା।

Related story