ଏଟିଏମ୍‌କୁ ଟଙ୍କା ଉଠାଇବାକୁ ଯାଉଥିଲେ ମା’ପୁଅ, ଚାଲିଗଲା ଜୀବନ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଟଙ୍କା ଉଠାଇବାକୁ ଜଣେ ମହିଳା ଓ ତାଙ୍କ ପୁଅ ଏଟିଏମ୍‌କୁ ଯାଉଥିଲେ। ହେଲେ ବାଟରେ ପିଟି ଦେଲା ବୋଲେରୋ ଓ ଚାଲିଗଲା ସେମାନଙ୍କ ଜୀବନ। ଏମିତି ଏକ ଦୁଃଖଦାୟକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ। ମୃତକ ଦ୍ୱୟ ହେଲେ କଳାବତୀ ନାୟକ ଓ ତାଙ୍କ ପୁଅ ମୁନା ନାୟକ। ସେମାନଙ୍କ ଘର ବସୁଲେଇ ଗାଁରେ। ସୂଚନା ଅନୁଯାୟୀ, ମା’ପୁଅ ଟଙ୍କା ଉଠାଇବା ପାଇଁ ବାଇକ୍‌ ଯୋଗେ ସରାଙ୍ଗରେ ଥିବା […]

accident1

Jitendra Garnayak
  • Published: Friday, 29 January 2021
  • , Updated: 29 January 2021, 06:01 PM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): ଟଙ୍କା ଉଠାଇବାକୁ ଜଣେ ମହିଳା ଓ ତାଙ୍କ ପୁଅ ଏଟିଏମ୍‌କୁ ଯାଉଥିଲେ। ହେଲେ ବାଟରେ ପିଟି ଦେଲା ବୋଲେରୋ ଓ ଚାଲିଗଲା ସେମାନଙ୍କ ଜୀବନ। ଏମିତି ଏକ ଦୁଃଖଦାୟକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ।

ମୃତକ ଦ୍ୱୟ ହେଲେ କଳାବତୀ ନାୟକ ଓ ତାଙ୍କ ପୁଅ ମୁନା ନାୟକ। ସେମାନଙ୍କ ଘର ବସୁଲେଇ ଗାଁରେ।

ସୂଚନା ଅନୁଯାୟୀ, ମା’ପୁଅ ଟଙ୍କା ଉଠାଇବା ପାଇଁ ବାଇକ୍‌ ଯୋଗେ ସରାଙ୍ଗରେ ଥିବା ଏକ ଏଟିଏମ୍‌କୁ ଯାଉଥିଲେ। ଗାଁ ନିକଟସ୍ଥ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ରାସ୍ତାରେ ଏକ ବୋଲେରୋ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ଘଟାଇବା ପରେ ବୋଲେରୋ ଡ୍ରାଇଭର ଗାଡ଼ି ଛାଡ଼ି ସେଠାରୁ ଫେରାର ହୋଇଯାଇଥିଲେ। ପୁଲିସ୍ ମୃତଦେହ ଦୁଇଟିକୁ ଉଦ୍ଧାର କରିବା ସହିତ ଗାଡ଼ି ଜବତ କରିଥିଲା। ଏହି ଦୁର୍ଘଟଣା ପରେ ବେଶ୍‌ କିଛି ସମୟ ଧରି କେନାଲ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

Related story