ଟ୍ରକ୍ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

ଯାଜପୁର(ଓଡ଼ିଶା ରିପୋର୍ଟର): ଟ୍ରକ୍ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ୨ ଜଣକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ପାଣିକୋଇଲି ଥାନା ଅନ୍ତର୍ଗତ ବ୍ରଜନଗର ଠାରେ ୨୧୫ ଜାତୀୟ ରାଜପଥ ଉପରେ ଏହି ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସଟି ରୋଗୀ ନେଇ ଭଦ୍ରକରୁ କଟକ ଅଭିମୁଖେ ଯାଉଥିବା ବେଳେ କଟକ ପଟୁ ପାଣିକୋଇଲି ଆଡ଼କୁ ଆସୁଥିବା ଏକ ଟ୍ରକକୁ ଖୁବ୍ ଜୋରରେ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସର ଆମ୍ବୁଲାନ୍ସ ଡ୍ରାଇଭର ସମେତ ରୋଗୀର […]

900

Tapas Behera
  • Published: Sunday, 22 December 2019
  • , Updated: 22 December 2019, 04:26 PM IST

ଯାଜପୁର(ଓଡ଼ିଶା ରିପୋର୍ଟର): ଟ୍ରକ୍ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ୨ ଜଣକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ପାଣିକୋଇଲି ଥାନା ଅନ୍ତର୍ଗତ ବ୍ରଜନଗର ଠାରେ ୨୧୫ ଜାତୀୟ ରାଜପଥ ଉପରେ ଏହି ଦୁର୍ଘଟଣା ଘଟିଛି।

ଆମ୍ବୁଲାନ୍ସଟି ରୋଗୀ ନେଇ ଭଦ୍ରକରୁ କଟକ ଅଭିମୁଖେ ଯାଉଥିବା ବେଳେ କଟକ ପଟୁ ପାଣିକୋଇଲି ଆଡ଼କୁ ଆସୁଥିବା ଏକ ଟ୍ରକକୁ ଖୁବ୍ ଜୋରରେ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସର ଆମ୍ବୁଲାନ୍ସ ଡ୍ରାଇଭର ସମେତ ରୋଗୀର ମୃତ୍ୟୁ ଘଟିଛି। ଆମ୍ବୁଲାନ୍ସରେ ଥିବା ଅନ୍ୟ ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି।  ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story