ବାଇକ୍-ଆମ୍ବୁଲାନ୍ସ ଧକ୍କା: ୨ ମୃତ

ବାରିପଦା (ମାଣିକଲାଲ ପାଣି): ବାଇକ୍ ଓ ଘରୋଇ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବାରିପଦା-ଉଦଳା ରାସ୍ତାର କରଞ୍ଜିଆ ଛକରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ହୃଷିକେଶ ସରଘରିଆ (୪୫) ଓ ବିଶିକେସନ ପୃଷ୍ଟି। ଉଭୟଙ୍କ ଘର ବଡ଼ସାହି ଥାନା ଅନ୍ତର୍ଗତ ଉଠାଣିନୂଆଗାଁରେ। ଉଭୟ ହୃଷିକେଶ ଓ ବିଶିକେସନ ବାରିପଦା ସହରରେ ଏକ ଲୁଗା ଦୋକାନରେ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ ଉଭୟେ ବାଇକ୍‌ ଯୋଗେ ଦୋକାନରୁ ଘରକୁ ଫେରୁଥିବା ବେଳେ […]

deadabody

Jitendra Garnayak
  • Published: Wednesday, 03 April 2019
  • , Updated: 03 April 2019, 09:27 AM IST

ବାରିପଦା (ମାଣିକଲାଲ ପାଣି): ବାଇକ୍ ଓ ଘରୋଇ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ବାରିପଦା-ଉଦଳା ରାସ୍ତାର କରଞ୍ଜିଆ ଛକରେ ଏହି ଦୁର୍ଘଟଣା ଘଟିଛି।

ମୃତକମାନେ ହେଲେ ହୃଷିକେଶ ସରଘରିଆ (୪୫) ଓ ବିଶିକେସନ ପୃଷ୍ଟି। ଉଭୟଙ୍କ ଘର ବଡ଼ସାହି ଥାନା ଅନ୍ତର୍ଗତ ଉଠାଣିନୂଆଗାଁରେ।

ଉଭୟ ହୃଷିକେଶ ଓ ବିଶିକେସନ ବାରିପଦା ସହରରେ ଏକ ଲୁଗା ଦୋକାନରେ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ ଉଭୟେ ବାଇକ୍‌ ଯୋଗେ ଦୋକାନରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଲୋକେ ଧରି ପୁଲିସ୍ ଜିମା ଦେଇଥିଲେ।

Related story