ଅଟୋକୁ ପିଟିଲା କାର୍‌, ୨ ମୃତ

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ୬୦ ନମ୍ୱର ଜାତୀୟ ରଜପଥର ବାଲେଶ୍ୱର ଜିଲ୍ଲା ରୁପ୍‌ସା ଥାନା ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନେ ସମସ୍ତେ ରୁପ୍‌ସା ନିକଟସ୍ଥ ତାହାରପୁର ଗାଁର। ଆଜି ସକାଳେ ତାହାରପୁର ଗାଁର ୬ ଜଣ ଯୁବକ ଏକ ଅଟୋରେ ବାଲେଶ୍ୱର ଅଭିମୁଖେ ଯାଉଥିଲେ। ରୁପ୍‌ସା ଥାନା ନିକଟରେ ଏକ କାର୍‌ ଅଟୋକୁ ଧକ୍କା […]

Two-died-in-road-accident

Two-died-in-road-accident

Rakesh Mallick
  • Published: Saturday, 14 July 2018
  • Updated: 14 July 2018, 09:48 AM IST

Sports

Latest News

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ୬୦ ନମ୍ୱର ଜାତୀୟ ରଜପଥର ବାଲେଶ୍ୱର ଜିଲ୍ଲା ରୁପ୍‌ସା ଥାନା ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନେ ସମସ୍ତେ ରୁପ୍‌ସା ନିକଟସ୍ଥ ତାହାରପୁର ଗାଁର।

ଆଜି ସକାଳେ ତାହାରପୁର ଗାଁର ୬ ଜଣ ଯୁବକ ଏକ ଅଟୋରେ ବାଲେଶ୍ୱର ଅଭିମୁଖେ ଯାଉଥିଲେ। ରୁପ୍‌ସା ଥାନା ନିକଟରେ ଏକ କାର୍‌ ଅଟୋକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବ୍ରଜମୋହନ ସେନାପତି ଓ କମଳାକାନ୍ତ ସ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା। ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos