ମାଡିଗଲା ଟ୍ରକ୍‌; ସ୍ୱାମୀ ଆଖି ଆଗରେ ଚାଲିଗଲା ପୁଅ, ସ୍ତ୍ରୀଙ୍କ ଜୀବନ

ସୋର (ନିରଞ୍ଜନ ବେହେରା): ଏମିତି ବି ଆସେ ମୃତ୍ୟୁ। ବାପ, ମା ଓ ପୁଅ ବାଇକ୍‌ରେ ବସିଥିବା ବେଳେ ପିଟିଦେଲା ଟ୍ରକ୍‌। ଫଳରେ ମାଆ ଓ ପୁଅ ଛିଟିକି ହୋଇ ରାସ୍ତା ଉପରେ ପଡ଼ିଥିଲେ। ତା’ପରେ ଟ୍ରକ୍‌ଟି ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ସ୍ୱାମୀ ଆଖି ଆଗରେ ସ୍ତ୍ରୀ ଓ ୮ ବର୍ଷ ପୁଅର ଜୀବନ ଚାଲିଗଲା। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଞ୍ଚଳରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ […]

accident

Manoranjan Sial
  • Published: Tuesday, 24 August 2021
  • , Updated: 24 August 2021, 08:26 PM IST

ସୋର (ନିରଞ୍ଜନ ବେହେରା): ଏମିତି ବି ଆସେ ମୃତ୍ୟୁ। ବାପ, ମା ଓ ପୁଅ ବାଇକ୍‌ରେ ବସିଥିବା ବେଳେ ପିଟିଦେଲା ଟ୍ରକ୍‌। ଫଳରେ ମାଆ ଓ ପୁଅ ଛିଟିକି ହୋଇ ରାସ୍ତା ଉପରେ ପଡ଼ିଥିଲେ। ତା’ପରେ ଟ୍ରକ୍‌ଟି ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ସ୍ୱାମୀ ଆଖି ଆଗରେ ସ୍ତ୍ରୀ ଓ ୮ ବର୍ଷ ପୁଅର ଜୀବନ ଚାଲିଗଲା। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଞ୍ଚଳରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ବଡ଼ପୋଖରୀ ପଞ୍ଚାୟତ ବାଲିମୁଣ୍ଡଳି ଗାଁର ଲୋଚନ ମଲିକ ଶ୍ୱଶୁର ଘର ବୁଲିବାକୁ ଯାଇଥିଲେ। ସାଥୀରେ ଥିଲେ ପ୍ରାଣପ୍ରିୟା ମିତା ଓ ୮ ବର୍ଷର ପୁଅ ପ୍ରକାଶ। ଶ୍ୱଶୁର ଘରେ ବୁଲି ସେମାନେ ଫେରୁଥିଲେ। ତେବେ ବଡ଼ପୋଖରୀ-ଔପଦା ରାସ୍ତାର କମାରପାଳ ନିକଟରେ ଲୋଚନ ଗାଡ଼ି ଛିଡ଼ା କରିଥିଲେ। ଆଉ ଗାଡ଼ି ଉପରେ ୩ ଜଣ ଯାକ ବସିଥିଲେ। ଠିକ୍‌ ଏହି ସମୟରେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍‌, ବାଇକ୍‌ ହେଣ୍ଡଲରେ ବାଡେଇ ହୋଇଯାଇଥିଲା। ଏହା ପରେ ମିତା ଓ ପ୍ରକାଶ ରାସ୍ତାର ଡାହାଣ ପାର୍ଶ୍ୱକୁ ଛିଟିକି ହୋଇ ଟ୍ରକ୍‌ ସମ୍ମୁଖରେ ପଡ଼ିଥିଲା। ଏହା ପରେ ଟ୍ରକ୍‌ଟି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା। ତେବେ ରାସ୍ତାର ବାମ ପାର୍ଶ୍ୱକୁ ଲୋଚନ ଛିଟିକି ହୋଇ ପଡ଼ିବାରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟାୟାର ଜାଲି ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଖବର ପାଇ ଔପଦା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ହେଲେ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲିବ ବୋଲି ଉତ୍ତ୍ୟକ୍ତ ଲୋକେ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲିଥିବା ଜଣାପଡ଼ିଛି।

 

Related story