କଥା କହିପାରୁନାହାନ୍ତି, ଠାରରେ ହେଉଛନ୍ତି ଭାବ ଦିଆନିଆ

ଜଳେଶ୍ୱର(ଅଜିତ ଦାସ): ଉଭୟ କଥା ହୋଇପାରୁ ନାହାନ୍ତି କି ଶୁଣିପାରୁ ନାହାନ୍ତି। ହେଲେ ଠାରରେ ଠାରରେ ହେଉଛନ୍ତି ଭାବ ଦିଆନିଆ। କଲେଜରେ ଆରମ୍ଭ ହୋଇଥିବା ଦୀର୍ଘ ଦିନର ପ୍ରେମ ସମ୍ପର୍କ ଏବେ ବିବାହର ରୂପ ନେଇଛି। ଗୀତାଞ୍ଜଳିଙ୍କ ସିନ୍ଥିରେ ସିନ୍ଦୂର ଦେଇ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି ଗୌତମ ଦାସ। ସୋମବାର ଉଭୟଙ୍କ ବାହାଘର ଭୋଗରାଇ ବ୍ଲକ୍‌ ବାଟଗ୍ରାମ ଗାଁରେ ବୈଦିନ ରୀତିନୀତିରେ ହୋଇଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ବାଟଗ୍ରାମ ଗାଁର ଗୌତମ ଦାସ। […]

Gitanjali

Manoranjan Sial
  • Published: Tuesday, 06 July 2021
  • , Updated: 06 July 2021, 05:23 PM IST

ଜଳେଶ୍ୱର(ଅଜିତ ଦାସ): ଉଭୟ କଥା ହୋଇପାରୁ ନାହାନ୍ତି କି ଶୁଣିପାରୁ ନାହାନ୍ତି। ହେଲେ ଠାରରେ ଠାରରେ ହେଉଛନ୍ତି ଭାବ ଦିଆନିଆ। କଲେଜରେ ଆରମ୍ଭ ହୋଇଥିବା ଦୀର୍ଘ ଦିନର ପ୍ରେମ ସମ୍ପର୍କ ଏବେ ବିବାହର ରୂପ ନେଇଛି। ଗୀତାଞ୍ଜଳିଙ୍କ ସିନ୍ଥିରେ ସିନ୍ଦୂର ଦେଇ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି ଗୌତମ ଦାସ। ସୋମବାର ଉଭୟଙ୍କ ବାହାଘର ଭୋଗରାଇ ବ୍ଲକ୍‌ ବାଟଗ୍ରାମ ଗାଁରେ ବୈଦିନ ରୀତିନୀତିରେ ହୋଇଛି।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ବାଟଗ୍ରାମ ଗାଁର ଗୌତମ ଦାସ। କଥା କହିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି। ସେ ଖୋର୍ଦ୍ଧା ଜଟଣୀରେ ଥିବା ଏକ ଅନ୍ଧ ମୁକ ବଧିର କଲେଜରେ ପାଠ ପଢ଼ୁଥିଲେ। ସେଠାରେ ପାଠ ପଢ଼ୁଥିବା ବେଳେ ବୌଦ୍ଧ ଅଞ୍ଚଳର ଗୀତାଞ୍ଜଳି ପ୍ରଧାନଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ମଧ୍ୟ କଥା ହୋଇପାରୁ ନାହାନ୍ତି କି ଶୁଣିପାରୁନାହାନ୍ତି। ଧୀରେ ଧୀରେ ଉଭୟ ନିକଟର ହେଲେ। ପରେ ଉଭୟ ପରସ୍ପରର ପ୍ରେମରେ ପଡ଼ିଗଲେ। କହିନପାରୁଥିଲେ କଣ ହେଲା? ମନର କଥାକୁ ଠାରରେ ପରିପ୍ରକାଶ କରିପାରୁଥିଲେ ଉଭୟ।

[caption id="attachment_656759" align="aligncenter" width="650"] ଗୀତାଞ୍ଜଳିଙ୍କୁ ବାହା ହେଲେ ଗୌତମ[/caption]

ଗୀତାଞ୍ଜଳି ପ୍ରଧାନଙ୍କ ଘର ବୌଦ୍ଧ ଜିଲ୍ଲାର ବଡା ଗାଁରେ। ପାଠ ପଢ଼ା ପରେ ଘରକୁ ଫେରିଲେ ଗୀତାଞ୍ଜଳି। ନିଜର ପ୍ରେମ ନେଇ ପରିବାର ଲୋକଙ୍କୁ କହିଥିଲେ। ଏହା ପରେ ଉଭୟ ପରିବାର ବାହାଘର ପାଇଁ କଥାବାର୍ତ୍ତା ହୋଇଥିଲେ। ରବିବାର ଦିନ ଗୀତାଞ୍ଜଳିଙ୍କ ପରିବାର ପୁଅ ଘର ଭୋଗରାଇ ବ୍ଲକ୍‌ ବାଟଗ୍ରାମରେ ପହଞ୍ଚିଥିଲେ।

ସୋମବାର ବାବା ବିଶ୍ୱେଶ୍ୱର ମହାଦେବଙ୍କ ପୀଠରେ ହୋଇଥିଲା ବିବାହ। ଆଉ ଗୀତାଞ୍ଜଳିଙ୍କ ବେକରେ ବରଣା ମାଳ ପକାଇଥିଲେ ଗୋବିନ୍ଦ। ଗତକାଲିଠାରୁ ଉଭୟ ଆରମ୍ଭ କରିଛନ୍ତି ନୂଆ ଜୀବନ। ଏଥିରେ ଉଭୟଙ୍କ ପରିବାର ଓ ଗୌତମଙ୍କ ସାହିଭାଇ ସାମିଲ୍‌ ହୋଇଥିଲେ। ବେଶ୍‌ ଆଡମ୍ୱରରେ ହୋଇଥିଲା ବାହାଘର।

Related story