ସୋନପୁର: ଟିଠିପାଲି ସଂରକ୍ଷିତ ଜଙ୍ଗଲରେ ୨ ମାଈ ହାତୀଙ୍କ ମୃତ୍ୟୁ

ସୋନପୁର: ସୁବର୍ଣ୍ଣପୁର ଟିଠିପାଲି ସଂରକ୍ଷିତ ଜଙ୍ଗଲରେ ୨ଟି ମାଈ ହାତୀଙ୍କ ମୃତ୍ୟୁ ଘଟିଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ଦ୍ୱୟଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ସୋନପୁର ଡିଏଫଓ କହିଛନ୍ତି ଯେ ହାତୀଙ୍କ ପାଇଁ ଥିବା ସୋଲାର ଫେନସିଂ ତା’ର ସଂସ୍ପର୍ଶରେ ଆସି ଏହି ହାତୀ ଦୁଇଟିର ମୃତ୍ୟୁ ହୋଇଛି। କେହି ଏହି ସୋଲାର ଫେନସିଂ ତା’ରରେ ବିଦ୍ୟୁତ୍ ସଂଯୋଗ କରି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଶବବ୍ୟଚ୍ଛେଦ ପରେ ଯାଇ ହାତୀ ଦ୍ୱୟଙ୍କ ପ୍ରକୃତ […]

elephantes

Rakesh Mallick
  • Published: Sunday, 22 November 2015
  • , Updated: 22 November 2015, 01:58 PM IST

ସୋନପୁର: ସୁବର୍ଣ୍ଣପୁର ଟିଠିପାଲି ସଂରକ୍ଷିତ ଜଙ୍ଗଲରେ ୨ଟି ମାଈ ହାତୀଙ୍କ ମୃତ୍ୟୁ ଘଟିଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ଦ୍ୱୟଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ସୋନପୁର ଡିଏଫଓ କହିଛନ୍ତି ଯେ ହାତୀଙ୍କ ପାଇଁ ଥିବା ସୋଲାର ଫେନସିଂ ତା’ର ସଂସ୍ପର୍ଶରେ ଆସି ଏହି ହାତୀ ଦୁଇଟିର ମୃତ୍ୟୁ ହୋଇଛି। କେହି ଏହି ସୋଲାର ଫେନସିଂ ତା’ରରେ ବିଦ୍ୟୁତ୍ ସଂଯୋଗ କରି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଶବବ୍ୟଚ୍ଛେଦ ପରେ ଯାଇ ହାତୀ ଦ୍ୱୟଙ୍କ ପ୍ରକୃତ ମୃତ୍ୟୁର କାରଣ ଜଣାପଡ଼ିବ।

ସୂଚନାଯୋଗ୍ୟ, ଅକ୍ଟୋବର ୨୩ରେ ବରଗଡ଼ ଜିଲ୍ଲାରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇଟି ମାଈ ହାତୀ ପ୍ରାଣ ହରାଇଥିଲେ। ବାରହା ଶିକାର ପାଇଁ ଶିକାରୀ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏ ଦୁଇ ହାତୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା।

ତା’ପୂର୍ବରୁ ଅକ୍ଟୋବର ୧୧ ତାରିଖରେ ଢେଙ୍କ।ନାଳ ଜିଲ୍ଲା ସଦର ରେଞ୍ଜ୍ ଗୁଣୁଦେଇରେ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଖୁବ୍ କମ୍ ଉଚ୍ଚତାରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏ ଦୁଇ ହାତୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ବନ ବିଭାଗ କର୍ତ୍ତବ୍ୟରେ ଅବହେଳା ପାଇଁ ଏହାର ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରିବା ସହ ବିଦ୍ୟୁତ୍ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

Related story