ଟ୍ରକ୍‌ ଧକ୍କାରେ ଚାଲିଗଲା ତିନି ଗଜରାଜଙ୍କ ଜୀବନ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜର ବାଲିଯୋଡ଼ି ନିକଟରେ ଟ୍ରକ୍‌ ଧକ୍କାରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଆଉ ଗୋଟିଏ ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ହାତୀପଲ ଜାତୀୟ ରାଜପଥ ୨୦ ପାର ହେଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଏକ ଟ୍ରକ୍‌ ଆସିଥିଲା। ଏହି ଟ୍ରକଟି ହାତୀମାନଙ୍କୁ ଧକ୍କା ଦେବା […]

ele....

Tapaswini Nayak
  • Published: Thursday, 22 August 2019
  • , Updated: 22 August 2019, 01:25 PM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜର ବାଲିଯୋଡ଼ି ନିକଟରେ ଟ୍ରକ୍‌ ଧକ୍କାରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଆଉ ଗୋଟିଏ ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ହାତୀପଲ ଜାତୀୟ ରାଜପଥ ୨୦ ପାର ହେଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଏକ ଟ୍ରକ୍‌ ଆସିଥିଲା। ଏହି ଟ୍ରକଟି ହାତୀମାନଙ୍କୁ ଧକ୍କା ଦେବା ସହ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

କିଛି ସମୟ ପରେ ଉକ୍ତ ରାସ୍ତା ଦେଇ ଯାଉଥିବା ଅନ୍ୟ ଏକ ଟ୍ରକ୍ ହାତୀପଲକୁ ଧକ୍କା ଦେଇ ଫେରାର ହୋଇଯାଇଛି। ଏ ସମ୍ପର୍କରେ ଅଟକ ଥିବା ପ୍ରଥମ ଟ୍ରକ୍‌ର ହେଲପର୍‌ ବନ ବିଭାଗ କର୍ମଚାରୀଙ୍କୁ କହିଛନ୍ତି। ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Related story