ଅଫିସ୍‌ରେ ନାଁକୁ ଝୁଲୁଛି 5-T ହୋଡିଂ, ଘରେ ବାବୁ ଜପୁଛନ୍ତି ପିସି ରେଟ୍‌

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ଦୁର୍ନୀତିର ମୂଳୋତ୍ପାଟନ ପାଇଁ ରାଜ୍ୟ ସରକାର 5-T କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ସରକାରୀ ଅଫିସ୍‌ରେ ବଡ଼ ବଡ଼ ହୋଡିଂ ଓ ପୋଷ୍ଟର ଲାଗିଛି। ଲାଞ୍ଚ ନଦେବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହା ସତ୍ତ୍ୱେ ଚାଲିଛି ଭାଗବଣ୍ଟାର ଖେଳ। 5-Tର ନାକ ତଳେ ସରକାରୀ ବାବୁମାନେ ନେଉଛନ୍ତି ଲାଞ୍ଚ। ଯାହାର ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲାରୁ। ସିନାପାଲି ବ୍ଲକର ଦୁଇ ଯନ୍ତ୍ରୀ ରେଟ୍‌ଚାର୍ଟ ନେଇ ଆଲୋଚନା କରୁଛନ୍ତି। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ […]

Nuapada

Manoranjan Sial
  • Published: Wednesday, 14 July 2021
  • , Updated: 14 July 2021, 09:04 PM IST

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ଦୁର୍ନୀତିର ମୂଳୋତ୍ପାଟନ ପାଇଁ ରାଜ୍ୟ ସରକାର 5-T କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ସରକାରୀ ଅଫିସ୍‌ରେ ବଡ଼ ବଡ଼ ହୋଡିଂ ଓ ପୋଷ୍ଟର ଲାଗିଛି। ଲାଞ୍ଚ ନଦେବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହା ସତ୍ତ୍ୱେ ଚାଲିଛି ଭାଗବଣ୍ଟାର ଖେଳ। 5-Tର ନାକ ତଳେ ସରକାରୀ ବାବୁମାନେ ନେଉଛନ୍ତି ଲାଞ୍ଚ। ଯାହାର ଅଭିଯୋଗ ଆସିଛି ନୂଆପଡ଼ା ଜିଲ୍ଲାରୁ। ସିନାପାଲି ବ୍ଲକର ଦୁଇ ଯନ୍ତ୍ରୀ ରେଟ୍‌ଚାର୍ଟ ନେଇ ଆଲୋଚନା କରୁଛନ୍ତି। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ସିନାପାଲି ବ୍ଲକ୍‌ କାପସି ଡଙ୍ଗରୀପଡ଼ାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ କମ୍ୟୁନିଟି ସେଣ୍ଟର ତିଆରି ହୋଇଛି। ପ୍ରକଳ୍ପ ମୂଲ୍ୟ ୫ ଲକ୍ଷ ଟଙ୍କା ରହିଛି। ତେବେ ସେଥିରୁ କିଏ କେତେ ନେବେ? ତା’ର ହିସାବ ଦେବା ପାଇଁ ଯନ୍ତ୍ରୀ ଉପେନ୍ଦ୍ର ତିହାଡ଼ିଙ୍କ ଘରକୁ ଠିକାଦାର ଗୋପୀନାଥ ହଂସଙ୍କୁ ଡକା ଯାଇଥିଲା। ଯନ୍ତ୍ରୀ ତିହାଡି ବସିଥିବା ବେଳେ ରେଟ୍ ଚାର୍ଟ ବଖାଣି ଥିଲେ ଆଉ ଜଣେ ଯନ୍ତ୍ରୀ ନାରାୟଣ ସାହୁ। ଆଉ ସେହି ସମୟରେ ଠିକାଦାର ଶ୍ରୀ ହଂସ ପୂରା ଘଟଣାର ଭିଡିଓ ରେକଡିଂ କରିଥିଲେ। ଯେଉଁଥିରେ ଯନ୍ତ୍ରୀ ନାରାୟଣ ସାହୁ କହୁଛନ୍ତି- ବିଡିଓ ୨%, ଏଇ-୨%, ବଡ଼ବାବୁ-୧%, ଡେଭ୍‌ଲପ୍‌ମେଣ୍ଟ କ୍ଲର୍କ-୦.୫%, ଆକାଉଣ୍ଟ ଅଫିସର-୨% ଓ ପିସି(ଚେୟାର ପର୍ସନ୍‌)- ୫% ନେଉଛନ୍ତି।

ସେପଟେ ଗୋପୀନାଥଙ୍କ କହିବା ଅନୁସାରେ, ୧୮ ପ୍ରତିଶତ ପିସି ଓ ଅନ୍ୟ ପ୍ରଶାସନିକ ଖର୍ଚ୍ଚକୁ ମିଶାଇ ମୋଟ ୩୦ ପ୍ରତିଶତ ଯଦି କେବଳ ସରକାରୀ ଖର୍ଚ୍ଚରେ ଯାଏ, ତେବେ ଠିକାଦାର ପ୍ରକଳ୍ପ କାମ କରିବ କେମିତି?

ବ୍ଲକ ସ୍ତରର ସବୁ ଓ୍ୱାର୍କ ଅର୍ଡର ଯନ୍ତ୍ରୀଙ୍କ ନାଁରେ ହେଉଥିବାରୁ ଠିକାଦାରଙ୍କ ପାଖରେ ତାଙ୍କ କଥା ମାନିବା ଛଡ଼ା କିଛି ଉପାୟ ନାହିଁ। ହେଲେ ଏସବୁର ଭିଡିଓ ସର୍ବସମ୍ମୁଖକୁ ଆସିବା ପରେ ଫୋନ ଉଠାଉ ନାହାନ୍ତି ଦୁଇ ଯନ୍ତ୍ରୀ। ରେଟ୍‌ ଚାର୍ଟରେ ବିଡିଓଙ୍କ ନାଁ ଥିବାରୁ ସେ କହିଛନ୍ତି ଫାଇଭ୍-ଟି ଅନୁସାରେ କାମ ହେଉଛି। ଟ୍ରାନ୍ସପରେନ୍ସି ଆମ ମୁଖ୍ୟ ଲକ୍ଷ୍ୟ ବୋଲି ବିଡିଓ ସଦାଶିବ ନାୟକ କହିଛନ୍ତି। ସେପଟେ ନୂଆପଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ କହିଛନ୍ତି, ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Related story