ଦୁଇ ନକଲି ପରୀକ୍ଷାର୍ଥୀ ଗିରଫ

ବାଲେଶ୍ୱର (ରଣଜିତ ପାକଳ): ବାଲେଶ୍ୱର ସରକାରୀ ଆଇଟିଆଇ ସେଣ୍ଟର୍‌ରେ ଓଜେଇଇ ଦ୍ୱିତୀୟ ସ୍ତର ଏଣ୍ଟ୍ରାନ୍ସ ଦେଉଥିବା ବେଳେ ଦୁଇ ଜଣ ନକଲି ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ଏଠାରେ ୪୫୩ ଜଣ ଏହି ଏଣ୍ଟ୍ରାନ୍ସ ପରୀକ୍ଷାଦେଉଥିଲେ। ଏହି ସମୟରେ ଦୁଇ ଜଣଙ୍କ ଦସ୍ତଖତ ମେଳ ନଖାଇବାରୁ ପରୀକ୍ଷା ହଲ୍‌ର ପର୍ଯ୍ୟବେକ୍ଷକଙ୍କ ସନ୍ଦେହ ହୋଇଥିଲା। ପଚରାଉଚରା ପରେ ସେମାନ ଅନ୍ୟ ପିଲାଙ୍କ ପାଇଁ ପରୀକ୍ଷା ଦେଉଥିବା ସ୍ୱୀକାର କରିଥିଲେ। ଧରାପଡ଼ିଥିବା ଦୁଇ ପିଲାଙ୍କ ମଧ୍ୟରୁ ଜଣେ ବିହାରର ହୋଇଥିବା ବେଳେ ଅନ୍ୟ […]

balaswar

Rakesh Mallick
  • Published: Sunday, 22 July 2018
  • , Updated: 22 July 2018, 05:06 PM IST

ବାଲେଶ୍ୱର (ରଣଜିତ ପାକଳ): ବାଲେଶ୍ୱର ସରକାରୀ ଆଇଟିଆଇ ସେଣ୍ଟର୍‌ରେ ଓଜେଇଇ ଦ୍ୱିତୀୟ ସ୍ତର ଏଣ୍ଟ୍ରାନ୍ସ ଦେଉଥିବା ବେଳେ ଦୁଇ ଜଣ ନକଲି ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି। ଏଠାରେ ୪୫୩ ଜଣ ଏହି ଏଣ୍ଟ୍ରାନ୍ସ ପରୀକ୍ଷାଦେଉଥିଲେ। ଏହି ସମୟରେ ଦୁଇ ଜଣଙ୍କ ଦସ୍ତଖତ ମେଳ ନଖାଇବାରୁ ପରୀକ୍ଷା ହଲ୍‌ର ପର୍ଯ୍ୟବେକ୍ଷକଙ୍କ ସନ୍ଦେହ ହୋଇଥିଲା। ପଚରାଉଚରା ପରେ ସେମାନ ଅନ୍ୟ ପିଲାଙ୍କ ପାଇଁ ପରୀକ୍ଷା ଦେଉଥିବା ସ୍ୱୀକାର କରିଥିଲେ। ଧରାପଡ଼ିଥିବା ଦୁଇ ପିଲାଙ୍କ ମଧ୍ୟରୁ ଜଣେ ବିହାରର ହୋଇଥିବା ବେଳେ ଅନ୍ୟ ଜଣେ ବାଲେଶ୍ୱର ଜିଲ୍ଲା ଶେରଗଡ଼ ଅଞ୍ଚଳର। ପୋଲିସ ପହଞ୍ଚି ଦୁଇଜଣକୁ ଥାନାକୁ ନେଇଛି।

Related story