ସରକାର କଲେ ଭୁଲ: ଦଣ୍ଡ ଭୋଗୁଛନ୍ତି ଦୁଇ ପରିବାର

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ସରକାରୀ ତ୍ରୁଟି ଯୋଗୁ ଏବେ ଗାଁରୁ ବାସନ୍ଦ ହେବାକୁ ବସିଛନ୍ତି ଦୁଇଟି ପରିବାର। ଏପରି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କଡ଼ିପାରି ପଞ୍ଚାୟତ ଚମ୍ପାଦୋରା ଗାଁରୁ। ଏବେ ଏହି ଦୁଇ ପରିବାର ଗାଁରୁ ବାସନ୍ଦ ହେବାର ସ୍ଥିତି ଉପୁଜିଛି। ଅଭିଯୋଗ ଅନୁସାରେ, ୨୦୧୦ରେ ଏହି ଦୁଇ ପରିବାରର ଧବଳୀ ସାହୁ ଏବଂ ଅର୍ଜୁନ ଘଡ଼ିଆଙ୍କ ନାମରେ ଏନ୍‌ଆରଇଜିଏସ୍‌  ଯୋଜନାରେ ପୋଖରୀ ଖୋଳିବା ଲାଗି କାର୍ଯ୍ୟାଦେଶ ଆସିଥିଲା। ଶ୍ରମିକ ଲଗାଇଲେ, କାମ […]

raygada

Ordigital Desk
  • Published: Sunday, 05 August 2018
  • , Updated: 05 August 2018, 08:12 PM IST

ରାୟଗଡ଼ା (ଓଡ଼ିଶା ରିପୋର୍ଟର): ସରକାରୀ ତ୍ରୁଟି ଯୋଗୁ ଏବେ ଗାଁରୁ ବାସନ୍ଦ ହେବାକୁ ବସିଛନ୍ତି ଦୁଇଟି ପରିବାର। ଏପରି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କଡ଼ିପାରି ପଞ୍ଚାୟତ ଚମ୍ପାଦୋରା ଗାଁରୁ। ଏବେ ଏହି ଦୁଇ ପରିବାର ଗାଁରୁ ବାସନ୍ଦ ହେବାର ସ୍ଥିତି ଉପୁଜିଛି।

ଅଭିଯୋଗ ଅନୁସାରେ, ୨୦୧୦ରେ ଏହି ଦୁଇ ପରିବାରର ଧବଳୀ ସାହୁ ଏବଂ ଅର୍ଜୁନ ଘଡ଼ିଆଙ୍କ ନାମରେ ଏନ୍‌ଆରଇଜିଏସ୍‌  ଯୋଜନାରେ ପୋଖରୀ ଖୋଳିବା ଲାଗି କାର୍ଯ୍ୟାଦେଶ ଆସିଥିଲା। ଶ୍ରମିକ ଲଗାଇଲେ, କାମ ବି ହେଲା।ହେଲେ ଆଜି ଯାଏ ବିଲ୍‌ ପାସ୍‌ ହୋଇପାରିଲାନି।

ସେପଟେ ଶ୍ରମିକ ଧବଳୀ ଏବଂ ଅର୍ଜୁନଙ୍କୁ ଟଙ୍କା ମାଗୁଛନ୍ତି। ଏପରିକି ପ୍ରାପ୍ୟ ନମିଳିଲେ ସେମାନଙ୍କୁ ଗାଁରୁ ବାସନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।

ଏ ନେଇ ଅଭିଯୋଗ ହେବା ପରେ ସାମାଜିକ କର୍ମୀ ବିଦ୍ୟୁଲତା ହୁଇକା ଚମ୍ପାଦୋରା ଗାଁକୁ ଯାଇ ତଦନ୍ତ କରିଛନ୍ତି। କାର୍ଯ୍ୟାଦେଶରେ ସରକାରୀ ତ୍ରୁଟି ଯୋଗୁଁ ବିଲ୍‌ ପାସ୍‌ ହୋଇ ନଥିବା ସେ କହିଛନ୍ତି।

Related story