କେନ୍ଦୁଝର: ଦୁଇ ସାଙ୍ଗ ମିଶି ନଈକୁ ଗାଧୋଇବାକୁ ଯାଇଥିଲେ। ହେଲେ କିଏ ଜାଣିଥିଲା, ଏହା ସେମାନଙ୍କର ଶେଷ ଗାଧୁଆ ବୋଲି। ବୈତରଣୀ ନଦୀରେ ୨ ନାବାଳକଙ୍କ ନିଖୋଜ ହୋଇ ଯାଇଥିଲେ । ପରେ ସେମାନଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ପଞ୍ଚୁପଲ୍ଲୀରେ । ଏପରି ଦୁଃଖଦ ଘଟଣା ପରେ ସାରା ଗାଁ ହୋଇ ଯାଇଛି ନିଶବ୍ଦ।
ମୃତ ନାବାଳକ ଦ୍ୱୟ ହେଲେ ରୁଡ଼ ପଟ୍ଟନାୟକ ଓ ରାଜୁ ଜେନା। ଉଭୟ ନବମ ଶ୍ରେଣୀରେ ପଢ଼ୁଥିଲେ। ଗତକାଲି ଅପରାହ୍ନରେ ଦୁଇ ସାଙ୍ଗ ବୈତରଣୀକୁ ଗାଧୋଇବା ପାଇଁ ଯାଇ ଗଭୀର ପାଣିରେ ବୁଡ଼ି ଯାଇଥିଲେ । ଘଷିପୁରା ଅଗ୍ନିଶମ ବାହିନୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲା। ହେଲେ ସେତେବଳକୁ ଉଭୟଙ୍କର ମୃତ୍ୟୁ ଘଟି ସାରିଥିଲା ।