ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ଥିବା ଆମ୍ୱପାଣି ଘାଟି ନିକଟରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ  ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ହୀରା ଦିଶାରୀ (୪୮) ଓ ମଧୁ ମାଝୀ (୪୦)। ସେମାନଙ୍କ ଘର କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ପରଜାନାଗଫେଣୀ ଗାଁରେ। ସେମାନେ ଦୁଇ ଜଣ ସାଙ୍ଗ ଥିଲେ। ଗତକାଲି ହୀରା ଓ ମଧୁ କୌଣସି କାମରେ ନବରଙ୍ଗପୁର ଯାଇଥିଲେ। ଆଜି ସକାଳେ ସେମାନେ ଘରକୁ […]

nabarangpur

Jyoshna Pradhan
  • Published: Sunday, 15 December 2019
  • , Updated: 15 December 2019, 03:16 PM IST

ନବରଙ୍ଗପୁର (ନବଘନ ବିଷୋୟୀ): ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ଥିବା ଆମ୍ୱପାଣି ଘାଟି ନିକଟରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ  ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ହୀରା ଦିଶାରୀ (୪୮) ଓ ମଧୁ ମାଝୀ (୪୦)। ସେମାନଙ୍କ ଘର କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍‌ ଅନ୍ତର୍ଗତ ପରଜାନାଗଫେଣୀ ଗାଁରେ। ସେମାନେ ଦୁଇ ଜଣ ସାଙ୍ଗ ଥିଲେ।

ଗତକାଲି ହୀରା ଓ ମଧୁ କୌଣସି କାମରେ ନବରଙ୍ଗପୁର ଯାଇଥିଲେ। ଆଜି ସକାଳେ ସେମାନେ ଘରକୁ ଫେରୁଥିବା ବେଳେ ହଠାତ୍ ଆମ୍ୱପାଣି ଘାଟି ନିକଟରେ ସେମାନଙ୍କ ବାଇକ୍‌ ଭାରସାମ୍ୟ ହରାଇଥିଲା ଓ ସେମାନେ ତଳେ ପଡ଼ି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ହୀରାଙ୍କର ମୃତ୍ୟୁ ଘଟିଥିଲା। ମଧୁଙ୍କୁ ସ୍ଥାନୀୟ ଲୋକେ ଓ ମୈଦଲପୁର ପୁଲିସ୍ ଉଦ୍ଧାର କରି ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story