ବଡ଼ ଧରଣର ଜିଏସ୍‌ଟି ଠକେଇ, ୨ ମାଷ୍ଟରମାଇଣ୍ଡ ଗିରଫ

କଟକ (ଓଡ଼ିଶା ରିପୋର୍ଟର): ବଡ଼ ଧାରଣର ଠକେଇ ଧରିଲା ଜିଏସ୍‌ଟି ବିଭାଗ। ୨ ଜଣ ମାଷ୍ଟର ମାଇଣ୍ଡ ସିଏ ଅମିତ କୁମାର ଅଗ୍ରୱାଲ ଓ ସତୀନ୍ଦ୍ର କୁମାର ଯାଦବ ଗିରଫ। ଅମିତଙ୍କୁ ଝାରସୁଗୁଡ଼ାରୁ ଓ ସତୀନ୍ଦ୍ରଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ଆଇଟିସିରେ ୩୨୩ କୋଟି ଟଙ୍କାର ଠକେଇ ହୋଇଥିବା ବେଳେ ଫେକ୍‌ ସେଲରେ ୧୮୧୯ କୋଟି ଟଙ୍କାର ଠକେଇ ହୋଇଛି। ଯାହାଫଳରେ ୫୮.୧୪ କୋଟି ଟଙ୍କା ରାଜସ୍ୱ ଟିକସ କ୍ଷତି ହୋଇଛି। ଏନଫୋର୍ସମେଣ୍ଟ ଟିମ୍‌ ଚେକିଂ ବେଳେ […]

GST

Manoranjan Sial
  • Published: Thursday, 02 September 2021
  • , Updated: 02 September 2021, 08:14 PM IST

କଟକ (ଓଡ଼ିଶା ରିପୋର୍ଟର): ବଡ଼ ଧାରଣର ଠକେଇ ଧରିଲା ଜିଏସ୍‌ଟି ବିଭାଗ। ୨ ଜଣ ମାଷ୍ଟର ମାଇଣ୍ଡ ସିଏ ଅମିତ କୁମାର ଅଗ୍ରୱାଲ ଓ ସତୀନ୍ଦ୍ର କୁମାର ଯାଦବ ଗିରଫ। ଅମିତଙ୍କୁ ଝାରସୁଗୁଡ଼ାରୁ ଓ ସତୀନ୍ଦ୍ରଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ଆଇଟିସିରେ ୩୨୩ କୋଟି ଟଙ୍କାର ଠକେଇ ହୋଇଥିବା ବେଳେ ଫେକ୍‌ ସେଲରେ ୧୮୧୯ କୋଟି ଟଙ୍କାର ଠକେଇ ହୋଇଛି। ଯାହାଫଳରେ ୫୮.୧୪ କୋଟି ଟଙ୍କା ରାଜସ୍ୱ ଟିକସ କ୍ଷତି ହୋଇଛି। ଏନଫୋର୍ସମେଣ୍ଟ ଟିମ୍‌ ଚେକିଂ ବେଳେ ଏହି ଠକେଇର ସାମ୍ମନାକୁ ଆସିଥିଲା। କୋଲକତା, ଦିଲ୍ଲୀ, ଝାରଖଣ୍ଡ ଓ ଛତିଶଗଡ଼ ଆଦି ରାଜ୍ୟରେ ମଧ୍ୟ ଜାଲ ବିଲ କରି ଚଳାଇ ଥିଲେ କାରବାର।

ଅଭିଯୁକ୍ତମାନେ ରାଜ୍ୟ ବାହାର ସଧାରଣ ଲୋକଙ୍କ ପରିଚୟପତ୍ରକୁ ଭୁଲ ବ୍ୟବହାର କରିଛନ୍ତି। ସ୍ଵିପର, ୱର୍କରମାନଙ୍କ ନାଁରେ କମ୍ପାନୀ ଖୋଲି କାରବାର କରୁଥିଲେ। ଝାରସୁଗୁଡାର ଏକ ଖାଲି ପଡ଼ିଆରେ ନିଜ କମ୍ପାନୀ ନାଁ ଦେଖାଇ ଜାଲ ବ୍ୟବସାୟୀ ଜାରି ରଖିଥିଲେ ବୋଲି ଜିଏସ୍‌ଟି କମିଶନର ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି।

Related story