ତିନି ଭାଇ ଓ ପୁତୁରାଙ୍କ ଆକ୍ରମଣରେ ଦୁଇ ଗୁରୁତର

ବଲାଙ୍ଗୀର (ଘଟେଶ୍ୱର ମିଶ୍ର): ଜମି ଓ ଘର ଭାଗବଣ୍ଟାକୁ ଦୁଇ ଭାଇଙ୍କୁ ଆକ୍ରମଣ କଲେ ଅନ୍ୟ ତିନି ଭାଇ। ଆକ୍ରମଣର ଶିକାର ଦୁଇ ଭାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଥାନାରେ ରୁଜୁ ହୋଇଛି ମାମଲା। ଏ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ କଟାପାଲି ଗାଁରେ। ଗୁରୁତର ଆହତ ଦୁଇ ଭାଇ ହେଲେ ମାଧବ ହାତୀ ଓ ନିତିଆ ହାତୀ। ଜମି ଓ ଘର ଭାଗବଣ୍ଟାକୁ ନେଇ ମାଧବ ଓ ନିତିଆଙ୍କ ସହିତ […]

attack

Niharika Rout
  • Published: Monday, 03 May 2021
  • , Updated: 03 May 2021, 12:27 PM IST

ବଲାଙ୍ଗୀର (ଘଟେଶ୍ୱର ମିଶ୍ର): ଜମି ଓ ଘର ଭାଗବଣ୍ଟାକୁ ଦୁଇ ଭାଇଙ୍କୁ ଆକ୍ରମଣ କଲେ ଅନ୍ୟ ତିନି ଭାଇ। ଆକ୍ରମଣର ଶିକାର ଦୁଇ ଭାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଥାନାରେ ରୁଜୁ ହୋଇଛି ମାମଲା। ଏ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ କଟାପାଲି ଗାଁରେ।

ଗୁରୁତର ଆହତ ଦୁଇ ଭାଇ ହେଲେ ମାଧବ ହାତୀ ଓ ନିତିଆ ହାତୀ। ଜମି ଓ ଘର ଭାଗବଣ୍ଟାକୁ ନେଇ ମାଧବ ଓ ନିତିଆଙ୍କ ସହିତ ଅନ୍ୟ ତିନି ଭାଇଙ୍କର ଝଗଡ଼ା ଲାଗି ରହିଥିଲା। ଆଜି ହଠାତ୍ ଅନ୍ୟ ତିନି ଭାଇ ଓ ସେମାନଙ୍କ ପୁଅମାନେ ମିଶି ମାଧବ ଓ ନିତିଆଙ୍କୁ ଆକ୍ରମଣ କରିଥିଲେ। ସେମାନେ ଶାବଳରେ ମଧ୍ୟ ମାଡ଼ ମାରିଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ସମସ୍ତ ଆକ୍ରମଣକାରୀ ଫେରାର ଥିବା ଜଣାପଡ଼ିଛି।

Related story