ପିଟି ଦେଇ ପଳାଇଲା ଅଜଣା ଗାଡ଼ି: ଚାଲିଗଲା ୨ ଭାଇଙ୍କ ଜୀବନ, ମା’ ଗୁରୁତର

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିଣ୍ଡିରା ଗାଁ ଆଦର୍ଶ ବିଦ୍ୟାଳୟ ନିକଟ ଦେଇ ଯାଇଥିବା ରାସ୍ତାରେ କୌଣସି ଏକ ଗାଡ଼ି ଏକ ବାଇକ୍‌କୁ ପିଟି ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଚନ୍ଦନ ଦିଗାଲ (୧୫) ଓ ଆୟୁଷ ଦିଗାଲ (୫)। ଏମାନେ ଦୁଇ ଭାଇ ବୋଲି ଜଣାପଡ଼ିଛି। ସେମାନଙ୍କ ମା’ ଜ୍ୟୋସ୍ନା ଦିଗାଲ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ […]

Accident Place and Police Station

Accident Place and Police Station

Jitendra Garnayak
  • Published: Tuesday, 17 May 2022
  • Updated: 17 May 2022, 07:26 PM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିଣ୍ଡିରା ଗାଁ ଆଦର୍ଶ ବିଦ୍ୟାଳୟ ନିକଟ ଦେଇ ଯାଇଥିବା ରାସ୍ତାରେ କୌଣସି ଏକ ଗାଡ଼ି ଏକ ବାଇକ୍‌କୁ ପିଟି ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତକ ଦ୍ୱୟ ହେଲେ ଚନ୍ଦନ ଦିଗାଲ (୧୫) ଓ ଆୟୁଷ ଦିଗାଲ (୫)। ଏମାନେ ଦୁଇ ଭାଇ ବୋଲି ଜଣାପଡ଼ିଛି। ସେମାନଙ୍କ ମା’ ଜ୍ୟୋସ୍ନା ଦିଗାଲ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମୃତାହତଙ୍କ ଘର ଫିରିଙ୍ଗିଆ ବ୍ଲକ ଯାଜସପଙ୍ଗା ପଞ୍ଚାୟତର ଦାମିଙ୍ଗିଆ ଗାଁରେ। ଆଜି ସେମାନେ ସମସ୍ତେ ବାଇକ୍‌ରେ ଫୁଲବାଣୀକୁ କୌଣସି କାମରେ ଆସିଥିଲେ। ଏଠାରୁ ଫେରୁଥିବା ବେଳେ ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଡିଣ୍ଡିରାଗାଁ ଆଦର୍ଶ ବିଦ୍ୟାଳୟ ନିକଟ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା କୌଣସି ଏକ ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲି ଯାଉଥିବା କୁହାଯାଉଛି। ଏକ ଟ୍ରକ୍ ସେମାନଙ୍କୁ ପିଟି ପଳାଇଥିବା କୁହାଯାଉଛି। କିନ୍ତୁ ଏନେଇ କିଛି ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ହିଁ ଚନ୍ଦନ ଓ ଆୟୁଷଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ସେଠାରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ବାରମ୍ବାର ଏହି ଅଞ୍ଚଳରେ ଦୁର୍ଘଟଣା ଘଟୁଥିବାର ତା’ର ପ୍ରତିଷେଧକ ବ୍ୟବସ୍ଥା କରିବା ତଥା ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ସେମାନେ ରାସ୍ତାରୋକ କରିଥିଲେ। ଫିରିଙ୍ଗିଆ ଥାନା ଅଧିକାରୀ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos