ଅଟୋକୁ ପିଟି ଦେଲା ହାଇୱା; ୨ ମୃତ, ୫ ଗୁରୁତର

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ପଶ୍ଚେମେଶ୍ୱର ମନ୍ଦିର ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କ ମୃତ ଘଟିଥିବା ବେଳ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ କୁନି ବେହେରା ଓ ଅଲେଖ ବେହେରା। ଆହତମାନେ ହେଲେ ଅନ୍ତର୍ଯ୍ୟାମୀ ବେହେରା, ସଂଯୁକ୍ତା ବେହେରା, ଜୀବନ ମହାରଣା, ଅଲେଖ ଚରଣ ବେହେରା ଓ ଜେମାମଣି ବେହେରା। ସେମାନଙ୍କୁ […]

accident

Rakesh Mallick
  • Published: Monday, 11 June 2018
  • , Updated: 11 June 2018, 10:14 AM IST

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ପଶ୍ଚେମେଶ୍ୱର ମନ୍ଦିର ନିକଟରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କ ମୃତ ଘଟିଥିବା ବେଳ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ କୁନି ବେହେରା ଓ ଅଲେଖ ବେହେରା। ଆହତମାନେ ହେଲେ ଅନ୍ତର୍ଯ୍ୟାମୀ ବେହେରା, ସଂଯୁକ୍ତା ବେହେରା, ଜୀବନ ମହାରଣା, ଅଲେଖ ଚରଣ ବେହେରା ଓ ଜେମାମଣି ବେହେରା। ସେମାନଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମୃତାହତମାନେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କଙ୍କଡ଼ାହାଡ଼ ଗାଁର। ଅନ୍ତର୍ଯ୍ୟାମୀ ବେହେରାଙ୍କ ଭାଇର ଶ୍ୱଶୁରଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ଶେଷ ଦର୍ଶନ କରିବାକୁ ଏମାନେ ସମସ୍ତେ ରାତି ପ୍ରାୟ ୧୨ଟା ବେଳେ ଢେଙ୍କାନାଳ ଜିଲ୍ଲା ଶଙ୍କପୁର ନିକଟସ୍ତ ତେନ୍ତୁଳି ପାଟଣା ଗାଁକୁ ଏକ ଅଟୋ ଯୋଗେ ଯାଉଥିଲେ। ବାଟରେ ଆଠଗଡ଼ ପଟୁ ଯାଉଥିବା ଏକ ହାଇୱା ଟ୍ରକ ଅଟୋଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କୁନି ବେହେରାଙ୍କ ମୃତ୍ୟୁ ଘଟିଥିଲେ। ଡାକ୍ତରଖାନା ନେବା ବାଟରେ ଅଲେଖ ବେହେରାଙ୍କ ମୃତ୍ୟୁ ଘଟିଥିଲା। ଚଷାପଡ଼ା ଗାଁ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Related story