କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା ): କୋରାପୁଟ-ରାୟଗଡ଼ ୩୨୬ ନଂ ଜାତୀୟ ରାଜପଥର ବାରିଗୁଡା ନିକଟକରେ ଗତକାଲି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି।
ଏକ ଆମ୍ବବୋଝେଇ ପିକଅପ ଭ୍ୟାନ ସହ ଏକ ବାଇକର ଧକ୍କା ହୋଇଥିଲା। ଫଳରେ ବାଇକରେ ବସିଥିବା ୨ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ପୁଲିସ ପିକଅପ ଗାଡିଟିକୁ ଜବତ କରି ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖିଛି। ପିକଅପ ଭ୍ୟାନଟି ଛତିଶଗଡ ଅଭିମୁଖେ ଯାଉଥିବାବେଳେ ବାଇକଟି ପୋଡ଼ାଗଡ଼ ଅଭିମୁଖେ ଯାଉଥିଲା। ଦୁଇ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।
ମୃତକ ଦ୍ୱୟ ମାଳିମୁଣ୍ଡା ଗ୍ରାମର ଯୁବକ ବୋଲି ଜଣାପଡିଛି। ପୁଲିସ ଘଟଣାର ତଦନ୍ତ କରୁଛି।