ଏମାନଙ୍କ କାହାଣୀ ଜାଣିଲେ ଆପଣ ବି କହିବେ ଶହେ ସଲାମ

ପିପିଲି/ ଜଗନ୍ନାଥ ସାହୁ (ଓଡ଼ିଶା ରିପୋର୍ଟର) ମହାମାରୀ କରୋନା ବିରୋଧୀ ମହାଯୁଦ୍ଧରେ ଅସହାୟ ମଣିଷ । ହେଲେ ଏହି ମହାଯୁଦ୍ଧରେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ସେବାରେ ନିୟୋଜିତ କର୍ମଚାରୀ ବନିଯାଇଛନ୍ତି ଜଣେ ଜଣେ କୋଭିଡ୍ ଯୋଦ୍ଧା। ସେମାନଙ୍କର ବି ସଂସାର ଅଛି, ସେମାନଙ୍କର ବି ଘର ପରିବାର ଅଛି। ତା ସତ୍ତ୍ୱେ ସବୁକିଛିକୁ ବଳିଦାନ ଦେଇ ଆଜି ମୈଦାନରେ ଅଛନ୍ତି ହଜାର ହଜାର କୋଭିଡ୍ ଯୋଦ୍ଧା । ସେହି ଯୋଦ୍ଧାଙ୍କ ଭିତରୁ ଆଜି ଆମେ ୨ ଜଣଙ୍କ […]

hvb

hvb

Tapas Behera
  • Published: Monday, 04 May 2020
  • Updated: 04 May 2020, 09:20 PM IST

Sports

Latest News

ପିପିଲି/ ଜଗନ୍ନାଥ ସାହୁ (ଓଡ଼ିଶା ରିପୋର୍ଟର) ମହାମାରୀ କରୋନା ବିରୋଧୀ ମହାଯୁଦ୍ଧରେ ଅସହାୟ ମଣିଷ । ହେଲେ ଏହି ମହାଯୁଦ୍ଧରେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ସେବାରେ ନିୟୋଜିତ କର୍ମଚାରୀ ବନିଯାଇଛନ୍ତି ଜଣେ ଜଣେ କୋଭିଡ୍ ଯୋଦ୍ଧା। ସେମାନଙ୍କର ବି ସଂସାର ଅଛି, ସେମାନଙ୍କର ବି ଘର ପରିବାର ଅଛି। ତା ସତ୍ତ୍ୱେ ସବୁକିଛିକୁ ବଳିଦାନ ଦେଇ ଆଜି ମୈଦାନରେ ଅଛନ୍ତି ହଜାର ହଜାର କୋଭିଡ୍ ଯୋଦ୍ଧା । ସେହି ଯୋଦ୍ଧାଙ୍କ ଭିତରୁ ଆଜି ଆମେ ୨ ଜଣଙ୍କ ବଳିଦାନ ଆଉ ଉତ୍ସର୍ଗର କାହାଣୀ କହିବୁ। ଯାହାଙ୍କୁ ଦେଖିଲା ପରେ ଆପଣ ବି ଜଣାଇବେ ଶହେ ସଲାମ୍।

କୋହରେ ଛାତି ଫାଟି ଯାଉଛି, ଲୁହରେ ବତୁରି ଯାଉଛି ମାତୃତ୍ୱ । ମାର ମନ ଆଉ ପ୍ରାଣ ଆଜି ବାହୁନି ବାହୁନି କାନ୍ଦୁଛି ଅଳିଅଳି ଝିଅ ପାଇଁ। ହେଲେ ଝିଅ ଥିଲେ ସିନା ଦୌଡ଼ି ଆସି ମମ୍ମି ବୋଲି ଡାକିବ। ମାର କୋଳକୁ ଖାଲି କରି ଝିଅ ତ ରହିଯାଇଛି ସେହି ଫଟୋରେ। କୋହ ଆଉ ଶୋକ ଭିତରେ ଜୀବନ ଜୀଉଁଥିବା ଏ ହେଉଛନ୍ତି ପିପିଲି ବ୍ଲକ ସଁପୁର ଗାଁର ହୋମଗାର୍ଡ ଗୌରୀ ବେହେରା। ସାରା ବିଶ୍ୱ ଯେତେବେଳେ ମହାମାରୀ ବିରୋଧରେ ଲଢ଼େଇ କରୁଛି, ସେତିକି ବେଳେ ଗୌରୀଙ୍କ ପାଇଁ ଛିଣ୍ଡି ପଡ଼ିଛି ଆକାଶ । ଆଜିକୁ ଏଗାର ଦିନ ହେଲାଣି ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଏକମାତ୍ର ୧୧ ବର୍ଷର ଝିଅ ତାଙ୍କୁ ଛାଡ଼ି ଚାଲିଯାଇଛି ଆରପାରିକୁ।

ଏତେ ବଡ଼ ଦାରୁଣ ଦୁଃଖ ପରେ ବି ସାଧାରଣ ମାର ସଂଜ୍ଞାଠାରୁ ନିଜକୁ ଉର୍ଦ୍ଧ୍ୱରେ ରଖିପାରିଛନ୍ତି ଗୌରୀ ବେହେରା । ବିବାହ ପରଠୁ ସ୍ୱାମୀ ତାଙ୍କୁ ଦୂରେଇ ଦେଇଛନ୍ତି । ଏବେ କେବଳ ତାଙ୍କ ପାଖରେ ଶୋକସନ୍ତପ୍ତ ଏହି ବୁଢ଼ା ବାପା, ମା । ତଥାପି ସବୁକିଛିକୁ ପଛରେ ପକାଇ ରାତି ପାହିଲେ ପ୍ରସ୍ତୁତ ହୋଇ ବାହାରନ୍ତି କରୋନା ଯୁଦ୍ଧର ଜାଗ୍ରତ ପ୍ରହରି ସାଜି । ସେଥିପାଇଁ ଗାଁର ଗର୍ବ ବୋଲି କହି ଗୌରୀ ନାନିଙ୍କ ପ୍ରଂଶସା କରନ୍ତି ଗ୍ରାମବାସୀ ।

ସେହିପରି ଗଂଜାମ ପାତ୍ରପୁର ବ୍ଲକ ବଳରାମପୁରର ଅଙ୍ଗନବାଡ଼ି କର୍ମୀ ଅନ୍ନପୂର୍ଣ୍ଣା ଚୌଧୁରୀ ।  ସେ ବି ଜଣେ କୋଭିଡ୍ ଯୋଦ୍ଧା । ଅସ୍ତ୍ରୋପଚାର ସତ୍ତ୍ୱେ ଖରା ତାତିରେ ଗାଁକୁ ଗାଁ ଯାଇ ସଚେତନତାର ମନ୍ତ୍ର ଦେଉଛନ୍ତି । ହାତ ଧୁଆଠୁ ମାସ୍କ ପିନ୍ଧା ନେଇ ସଚେତନତା ସହିତ ହେଲଥ୍ ସ୍କ୍ରିନିଂ  । ସବୁ କାର୍ଯ୍ୟକୁ ସୂଚାରୁରୂପେ କରୁଛନ୍ତି ସେ । ଅସ୍ତ୍ରୋପଚାର ପରେ ଡାକ୍ତର କହିଥିଲେ ରେଷ୍ଟ ନେବାକୁ । କିନ୍ତୁ କର୍ତ୍ତବ୍ୟ ଆଗରେ ସବୁକିଛି ଭୁଲିଯାଇଛନ୍ତି । ଲକ୍‌ଡାଉନ୍ ପୂର୍ବରୁ ବାପ ଘରେ ରହିଯାଇଥିବା ପୁଅ ପାଖକୁ ବି ଯାଇପାରୁନାହାଁନ୍ତି । କେବଳ ଯାହା ଭିଡିଓକଲରେ କଥାବାର୍ତ୍ତା ।

ଅସୀମ ଦମ୍ଭଧ ଧୈର୍ଯ୍ୟ ଆଉ ସେବାର ପ୍ରତୀକ ଗୌରୀ ଏବଂ ଅନ୍ନପୂର୍ଣ୍ଣାଙ୍କୁ ସେମାନଙ୍କର କର୍ତ୍ତବ୍ୟନିଷ୍ପତା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ କଲ୍ କରି କଥା ହେବା ସହ ଉଚ୍ଚ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story