ରାଜ୍ୟରେ ୨ ଲକ୍ଷ କୋଭିଡ୍‌ ଯୋଦ୍ଧା ନେଇନାହାନ୍ତି କରୋନା ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କୋଭିଡ୍‌ ବିରୋଧରେ ଲଢ଼େଇକୁ ଜୋରଦାର କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ କୋଭିଡ୍‌ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ତା’ପରେ ସମ୍ମୁଖ ଯୋଦ୍ଧା ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କୁ ଟିକାକରଣରେ ସାମିଲ କରାଯାଇଥିଲା। ହେଲେ ଦୁଃଖର ବିଷୟ ଯେଉଁ କୋଭିଡ୍‌ ଯୋଦ୍ଧାଙ୍କୁ ପ୍ରଥମ ପର୍ଯ୍ୟାୟରେ କରୋନା ଟିକା ଦିଆଯାଇଥିଲା, ସେମାନଙ୍କ ଭିତରୁ ଅନେକ ଟିକା ନେଇନାହାନ୍ତି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଆଜି ସୁଦ୍ଧା ରାଜ୍ୟରେ ୨ ଲକ୍ଷ କୋଭିଡ୍‌ ଯୋଦ୍ଧା କରୋନା ଟିକା ନେଇ […]

frontline-warriors

Manoranjan Sial
  • Published: Saturday, 19 June 2021
  • , Updated: 19 June 2021, 04:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କୋଭିଡ୍‌ ବିରୋଧରେ ଲଢ଼େଇକୁ ଜୋରଦାର କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ କୋଭିଡ୍‌ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ତା’ପରେ ସମ୍ମୁଖ ଯୋଦ୍ଧା ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କୁ ଟିକାକରଣରେ ସାମିଲ କରାଯାଇଥିଲା। ହେଲେ ଦୁଃଖର ବିଷୟ ଯେଉଁ କୋଭିଡ୍‌ ଯୋଦ୍ଧାଙ୍କୁ ପ୍ରଥମ ପର୍ଯ୍ୟାୟରେ କରୋନା ଟିକା ଦିଆଯାଇଥିଲା, ସେମାନଙ୍କ ଭିତରୁ ଅନେକ ଟିକା ନେଇନାହାନ୍ତି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଆଜି ସୁଦ୍ଧା ରାଜ୍ୟରେ ୨ ଲକ୍ଷ କୋଭିଡ୍‌ ଯୋଦ୍ଧା କରୋନା ଟିକା ନେଇ ନାହାନ୍ତି।

ଟିକା ନେଇନଥିବା ୨ ଲକ୍ଷ କୋଭିଡ୍ ଯୋଦ୍ଧାଙ୍କ ଭିତରୁ ୧ ଲକ୍ଷ ୩୬ ହଜାର ୧୭୦ ଜଣ ସ୍ୱାସ୍ଥ୍ୟ କର୍ମୀ ରହିଥିବା ବେଳେ ୬୧ ହଜାର ୪୭ ଜଣ ସମ୍ମୁଖ ଯୋଦ୍ଧା ଅଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍‌ କମିଶନରଙ୍କୁ ଚିଠି ଲେଖିଛି। ଏଥିସହ ତୁରନ୍ତ ଟିକାକରଣ ବାବଦରେ ୨୦ ଜୁନ ସୁଦ୍ଧା ସମସ୍ତ ପଦକ୍ଷେପ ନେବାକୁ ଚିଠିରେ କୁହାଯାଇଛି।

ବ଼ଡ କଥା ହେଉଛି କୋୱିନ୍‌ ଆପ୍‌ରେ ପଞ୍ଜିକୃତ ହୋଇଥିବା ୧ ଲକ୍ଷ ୯୭ ହଜାର ୨୧୭ ଜଣଙ୍କୁ ଏଯାଏଁ ଟିକାକରଣ କରାଯାଇନାହିଁ। ଗଞ୍ଜାମରେ ସର୍ବାଧିକ ୧୧ ହଜାର ୭୭୪ ଜଣ ଓ ଭୁବନେଶ୍ୱରରେ ୯ ହଜାର ୯୩୨ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇନାହାନ୍ତି। ବର୍ତ୍ତମାନ ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ଟିକାକରଣ ଉପରେ ସରକାର ଜୋର ଦେଉଛନ୍ତି।

ମହାମାରୀ କରୋନା ବିରୋଧରେ ଲଢ଼େଇ ପାଇଁ କରୋନା ଟିକା ଏକମାତ୍ର ଅସ୍ତ୍ର। ଯେଉଁଥିପାଇଁ କୋଭିଡ୍‌ ଯୋଦ୍ଧାଙ୍କୁ ସରକାର ପ୍ରଥମେ ଦେଇଥିଲେ ଟିକା। ହେଲେ କେତେକ କୋଭିଡ୍‌ ଯୋଦ୍ଧା ଟିକା ନେଇନାହାନ୍ତି। ଯେଉଁଥିପାଇଁ ସରକାରଙ୍କ ଚିନ୍ତା ପଢ଼ିଛି। ଯେଉଁ ରାଜ୍ୟରେ ଶିକ୍ଷିତ କୋଭିଡ୍‌ ଯୋଦ୍ଧା ଟିକା ନେଉ ନାହାନ୍ତି, ସେଠି ଦୁର୍ଗମ ଅଞ୍ଚଳରେ ଥିବା ଆଦିବାସୀମାନେ ଟିକା ନନେବା ସ୍ୱଭାବିକ କଥା।

Related story