୧୦୭ ଏକର ଜାଗାରେ ଲାଗିଥିଲା ଗଞ୍ଜେଇ ଗଛ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଥାଟିପାଲି ମୌଜା ଗାଁ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ, ଗୋଚର ଓ ପତିତ ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରି ଦିଆଯାଇଛି। ପ୍ରାୟ ୧୦୭ ଏକର ଜମିରେ ଲାଗିଥିବା ୨ ଲକ୍ଷ ୧୫ ହଜାର ଗଞ୍ଜେଇ ଗଛକୁ କାଟି ପୋଡ଼ି ଦିଆଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୧ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି। ବୌଦ୍ଧ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ମନମୁଣ୍ଡା ପୁଲିସ୍‌ ସହିତ […]

ganja1

Jitendra Garnayak
  • Published: Thursday, 05 December 2019
  • , Updated: 05 December 2019, 01:04 PM IST

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଥାଟିପାଲି ମୌଜା ଗାଁ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ, ଗୋଚର ଓ ପତିତ ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରି ଦିଆଯାଇଛି। ପ୍ରାୟ ୧୦୭ ଏକର ଜମିରେ ଲାଗିଥିବା ୨ ଲକ୍ଷ ୧୫ ହଜାର ଗଞ୍ଜେଇ ଗଛକୁ କାଟି ପୋଡ଼ି ଦିଆଯାଇଛି। ଏହାର ଆନୁମାନିକ ମୂଲ୍ୟ ୧୧ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି।

ବୌଦ୍ଧ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ମନମୁଣ୍ଡା ପୁଲିସ୍‌ ସହିତ ଅବକାରୀ, ରାଜସ୍ୱ ଓ ଜଙ୍ଗଲ ବିଭାଗର ଅଧିକାରୀମାନେ ମିଳିତ ଭାବେ ଏହି ଚଢ଼ାଉ କରି ଗଞ୍ଜେଇ ଗଛ ନଷ୍ଟ କରିଥିଲେ।

Related story