କହ୍ନେୟା କୁମାର ଫେରିଯିବା ପରେ ସଭାସ୍ଥଳରେ ହେଲା ଶୁଦ୍ଧିକରଣ

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ‘କଂଗ୍ରେସ ନେତା କହ୍ନେୟା କୁମାର ନବରଙ୍ଗପୁର ଆସି ଆମ ମାଟିକୁ ଅପବିତ୍ର କରି ଦେଇଛନ୍ତି। ଏଥିପାଇଁ  ଆମେ ଶୁଦ୍ଧିକରଣ କରୁଛୁ।’ ଏପରି କହି ସଭାସ୍ଥଳକୁ ଶୁଦ୍ଧିକରଣ କରିଛନ୍ତି ନବରଙ୍ଗପୁରର ଦୁଇ ଜଣ ବ୍ୟକ୍ତି। ସେମାନେ ସଭାସ୍ଥଳରେ ଗଙ୍ଗାଜଳ ପକାଇ ଏହାର ଶୁଦ୍ଧିକରଣ କରୁଥିବା ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। କହ୍ନେୟାଙ୍କୁ ବିରୋଧ କରି ଏଭଳି ଶୁଦ୍ଧିକରଣ କରିଥିବା ଦୁଇ ବ୍ୟକ୍ତି ହେଲେ ଗୌରୀଶଙ୍କର ସାହୁ ଓ ମିହିର ରଞ୍ଜନ ମିଶ୍ର। ସେମାନେ […]

congress

Tapaswini Nayak
  • Published: Tuesday, 28 December 2021
  • , Updated: 28 December 2021, 01:12 PM IST

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ‘କଂଗ୍ରେସ ନେତା କହ୍ନେୟା କୁମାର ନବରଙ୍ଗପୁର ଆସି ଆମ ମାଟିକୁ ଅପବିତ୍ର କରି ଦେଇଛନ୍ତି। ଏଥିପାଇଁ  ଆମେ ଶୁଦ୍ଧିକରଣ କରୁଛୁ।’ ଏପରି କହି ସଭାସ୍ଥଳକୁ ଶୁଦ୍ଧିକରଣ କରିଛନ୍ତି ନବରଙ୍ଗପୁରର ଦୁଇ ଜଣ ବ୍ୟକ୍ତି। ସେମାନେ ସଭାସ୍ଥଳରେ ଗଙ୍ଗାଜଳ ପକାଇ ଏହାର ଶୁଦ୍ଧିକରଣ କରୁଥିବା ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

କହ୍ନେୟାଙ୍କୁ ବିରୋଧ କରି ଏଭଳି ଶୁଦ୍ଧିକରଣ କରିଥିବା ଦୁଇ ବ୍ୟକ୍ତି ହେଲେ ଗୌରୀଶଙ୍କର ସାହୁ ଓ ମିହିର ରଞ୍ଜନ ମିଶ୍ର। ସେମାନେ କହ୍ନେୟା କୁମାରଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି।

ଗୌରୀଶଙ୍କର ସାହୁ କହିଛନ୍ତି, ଆମ ଦୁଇ ଜଣଙ୍କ ଭିତରୁ କେହି କୌଣସି ଦଳରେ ନାହାନ୍ତି କି ଆମେ କୌଣସି ଦଳକୁ ସମର୍ଥନ କରୁନାହୁଁ। ଆମେ ନବରଙ୍ଗପୁର ସହରର ସଚେତନ ନାଗରିକ। କହ୍ନେୟା କୁମାର ଜେଏନୟୁର ଛାତ୍ର ଥିବାବେଳେ ଦେଶ ବିରୋଧୀ ନାରା ଦେଇଥିଲେ। ତାକୁ ଆମେ ବିରୋଧ କରୁଛୁ। ସେ ଆମ ନବରଙ୍ଗପୁର ଆସି ଆମ ମାଟିକୁ ଅପବିତ୍ର କରିଦେଇଛନ୍ତି। ଆମେ ଆମ ମାଟି ମା’କୁ ଶୁଦ୍ଧିକରଣ କରିଛୁ।

ଗତକାଲି ନବରଙ୍ଗପୁର ସହରର ହିର୍ଲି ସ୍ଥିତ ନୂତନ ମଣ୍ଡେଇ ପଡ଼ିଆରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସଂକଳ୍ପ ସମାବେଶର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ କଂଗ୍ରେସ ନେତା କହ୍ନେୟା କୁମାର, ଜିଗନେସ ମେବାନୀ, ଛତିଶଗଡ଼ର ଅବକାରୀ ମନ୍ତ୍ରୀ ଲାଖମା କାଵାସୀ, ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ ଓ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖ। ଏଥିରେ କହ୍ନେୟା କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। 

Related story