ଗାଧୋଇବାକୁ ଯାଇ ନଦୀରେ ନିଖୋଜ ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର

ବଣାଇ (ରଣଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଲହୁଣୀପଡା ଥାନା ଅଞ୍ଚଳରେ ତୁମକଳା ନଦୀରେ ଗାଧୋଇବା ବେଳେ ଗତକାଲି ନିଖୋଜ ହୋଇଥିବା ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ଲହୁଣୀପଡା ବଜାର ଅଞ୍ଚଳରୁ ଶିବମ ରାୟ (୧୪) ଏବଂ ସୌରଭ ଜୈସ୍ୱାଲ (୧୫)। ଗତକାଲି ଉଭୟ ନଦୀକୁ ଗାଧୋଇବାକୁ ଯାଉଛୁ କହି ବାଇକ୍‌ ଧରି ଘରୁ ଆସିଥିଲେ। ନଦୀ ତୁଠରେ ଡ୍ରେସ୍‌, ମୋବାଇଲ ଓ ବାଇକ୍‌ ଥିବା ବେଳେ ସେମାନଙ୍କୁ ଦେଖିବାକୁ […]

bonai

Rakesh Mallick
  • Published: Thursday, 21 June 2018
  • , Updated: 21 June 2018, 08:21 AM IST

ବଣାଇ (ରଣଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଲହୁଣୀପଡା ଥାନା ଅଞ୍ଚଳରେ ତୁମକଳା ନଦୀରେ ଗାଧୋଇବା ବେଳେ ଗତକାଲି ନିଖୋଜ ହୋଇଥିବା ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଲେ ଲହୁଣୀପଡା ବଜାର ଅଞ୍ଚଳରୁ ଶିବମ ରାୟ (୧୪) ଏବଂ ସୌରଭ ଜୈସ୍ୱାଲ (୧୫)।

ଗତକାଲି ଉଭୟ ନଦୀକୁ ଗାଧୋଇବାକୁ ଯାଉଛୁ କହି ବାଇକ୍‌ ଧରି ଘରୁ ଆସିଥିଲେ। ନଦୀ ତୁଠରେ ଡ୍ରେସ୍‌, ମୋବାଇଲ ଓ ବାଇକ୍‌ ଥିବା ବେଳେ ସେମାନଙ୍କୁ ଦେଖିବାକୁ ମିଳି ନଥିଲା। ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହେବାରୁ ସେମାନେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ ବିଭାଗ କର୍ମଚାରୀମାନେ ଗତକାଲି ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ସନ୍ଧାନ ପାଇ ନଥିଲେ। ଆଜି ସକାଳୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସକାଳ ପ୍ରାୟ ସାଢେ ୬ଟାରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Related story