କେନାଲରେ ଭାସି ଗଲେ ଦୁଇ ନାବାଳକ

ଆନନ୍ଦପୁର/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନାଲରେ ଭାସି ଗଲେ ଦୁଇ ନାବାଳକ। କେନ୍ଦୁଝର ଜିଲ୍ଲା ହାଟଡ଼ିହି ନିକଟରେ ଘଟିଛି ଏହି ଅଘଟଣ। ନିଖୋଜ ଦୁଇ ନାବାଳକଙ୍କ ମଧ୍ୟରୁ ଜଣେ ୧୦ମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀର। ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିଲା। ଏହି ଦୁଇ ଛାତ୍ର ହଦଗଡ଼-ଛେନାପଦୀ ମୁଖ୍ୟ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ଭାସି ଯାଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ସେମାନଙ୍କୁ ଖୋଜାଖୋଜି କରୁଛନ୍ତି। ତେବେ […]

drowned

Jitendra Garnayak
  • Published: Sunday, 31 October 2021
  • , Updated: 31 October 2021, 02:15 PM IST

ଆନନ୍ଦପୁର/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନାଲରେ ଭାସି ଗଲେ ଦୁଇ ନାବାଳକ। କେନ୍ଦୁଝର ଜିଲ୍ଲା ହାଟଡ଼ିହି ନିକଟରେ ଘଟିଛି ଏହି ଅଘଟଣ।

ନିଖୋଜ ଦୁଇ ନାବାଳକଙ୍କ ମଧ୍ୟରୁ ଜଣେ ୧୦ମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀର।

ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିଲା। ଏହି ଦୁଇ ଛାତ୍ର ହଦଗଡ଼-ଛେନାପଦୀ ମୁଖ୍ୟ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ଭାସି ଯାଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ସେମାନଙ୍କୁ ଖୋଜାଖୋଜି କରୁଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ସେମାନଙ୍କୁ ଉଦ୍ଧାର କରାଯାଇପାରି ନଥିଲା।

ଅନ୍ୟପକ୍ଷରେ ଆଜି ରାଉରକେଲାରେ କୋଏଲ ନଦୀରେ ଗାଧୋଉଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଭାସି ଯାଇଛନ୍ତି। ତାଙ୍କ ନାଁ ବିକାଶ ସିଂହ। ସେ ରାଉରକେଲାରେ ଏକ ଇଂରାଜୀ ମିଡିୟମ ସ୍କୁଲରେ ପଢ଼ନ୍ତି। ବିକାଶ ତାଙ୍କ ସାଙ୍ଗମାନଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି କରୁଛି। କିନ୍ତୁ ତାଙ୍କର ବି ପତ୍ତା ମିଳିନାହିଁ।

Related story