ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ନାବାଳିକା

ନବରଙ୍ଗପୁର(ନବଘନ ବିଶୋୟୀ ) : ପୋଖରୀକୁ ଶୌଚ ହେବାକୁ ଯାଇ ବୁଡିଗଲେ ଦୁଇ ନାବାଳିକା।  ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଡଙ୍ଗାଶୀଲ ଗାଁରେ ଘଟିଛି ଏହି ଅଘଟଣ। ଗତକାଲି ସଂଧ୍ୟା ସମୟରେ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ ଲାଲୁ ଜାନିଙ୍କ ୧୪ ବର୍ଷୀୟା ଝିଅ ଟଭା ଜାନି ଓ ପଡୋଶୀ ବିରସିଂ ଜାନିଙ୍କ ୬ ବର୍ଷୀୟା ଝିଅ ଉମା ଜାନି। ପୋଖରୀରେ ଗୋଡ଼ ଖସିବାରୁ ପ୍ରଥମେ ଉମା ଜାନି ବୁଡି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଟଭା ଜାନି […]

drownn-1

Niharika Rout
  • Published: Tuesday, 19 November 2019
  • , Updated: 19 November 2019, 08:22 AM IST

ନବରଙ୍ଗପୁର(ନବଘନ ବିଶୋୟୀ ) : ପୋଖରୀକୁ ଶୌଚ ହେବାକୁ ଯାଇ ବୁଡିଗଲେ ଦୁଇ ନାବାଳିକା।  ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ଡଙ୍ଗାଶୀଲ ଗାଁରେ ଘଟିଛି ଏହି ଅଘଟଣ। ଗତକାଲି ସଂଧ୍ୟା ସମୟରେ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ ଲାଲୁ ଜାନିଙ୍କ ୧୪ ବର୍ଷୀୟା ଝିଅ ଟଭା ଜାନି ଓ ପଡୋଶୀ ବିରସିଂ ଜାନିଙ୍କ ୬ ବର୍ଷୀୟା ଝିଅ ଉମା ଜାନି।

ପୋଖରୀରେ ଗୋଡ଼ ଖସିବାରୁ ପ୍ରଥମେ ଉମା ଜାନି ବୁଡି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଟଭା ଜାନି ମଧ୍ୟ ବୁଡି ଯାଇଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି ପରେ ମଧ୍ୟ ମୃତଦେହ ପାଇନଥିଲେ । ଶେଷରେ ଅଗ୍ନିଶମବାହିନୀ ଆସି ଖୋଜାଖୋଜି ପରେ ଦୁଇ ମୃତଦେହ ଉଦ୍ଧାର କରିଥିଲା । ମୃତଦେହ ବ୍ୟବଚ୍ଛେଦ ପାଇ ପଠାଯାଇଛି।  ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ମାମଲାର ତଦନ୍ତ କରୁଛି ପୁଲିସ୍‌ ।

Related story