ଜୟପୁର (ଓଡ଼ିଶା ରିପୋର୍ଟର): ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ। ଏହି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ମାଠପୋଡ଼ା ପଞ୍ଚାୟତର ଗୋଇପଦର ଗାଁରେ।
ମୃତ ନାବାଳିକା ଦ୍ୱୟ ହେଲେ ନନ୍ଦିନୀ ଖିଲ ଓ ମଙ୍ଗଳଦେଇ ଗୋଲାରୀ। କେଶବ ଖିଲଙ୍କ ଝିଅ ନନ୍ଦିନୀକୁ ୫ ବର୍ଷ ଓ ଲକ୍ଷ୍ମଣ ଗୋଲାରୀଙ୍କ ଝିଅ ମଙ୍ଗଳଦେଇକୁ ୪ ବର୍ଷ ହୋଇଥିଲା।
ପୋଖରୀ ନିକଟରେ ଖେଳୁଥିବା ବେଳେ ସେମାନେ ବୁଡ଼ି ଯାଇଥିଲେ ବୋଲି ସୂଚନା ମିଳିଛି। ବୈପାରିଗୁଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଆସି ଦୁଇ ଶିଶୁ କନ୍ୟାଙ୍କ ମୃତଦେହ ଉଦ୍ଧାର କରିଥିଲେ। ରାମଗିରି ଫାଣ୍ଡି ପୁଲିସ ଘଟଣାର ତଦନ୍ତ କରୁଛି।