ଅନୁଗୋଳ (ବିରଜା କୁମାର ଦାସ): ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ କନ୍ତପଡ଼ା ଗାଁର କୁରୁମଛକରେ ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି।
ମୃତ ଦୁଇ ନାବାଳିକା ହେଉଛନ୍ତି- ଦୟାନିଧି ପ୍ରଧାନଙ୍କ ଝିଅ ଶ୍ରୀମତୀ ପ୍ରଧାନ ଓ ଘନଶ୍ୟାମ ସାହୁଙ୍କ ଝିଅ ବର୍ଷା ସାହୁ। ଉଭୟଙ୍କୁ ୧୨ ବର୍ଷ ହୋଇଥିଲା।
ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିଲା। ଶ୍ରୀମତୀ ଓ ବର୍ଷା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ସେମାନଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇ ଠାକୁରଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ଡାକ୍ତରଖାନାକୁ ପଠାଇଛି।