ଦୁଇ ଦୁଷ୍କର୍ମକାରୀଙ୍କୁ ଜେଲ ଦଣ୍ଡାଦେଶ, ଜରିମାନା

କେନ୍ଦୁଝର (ପ୍ରଣୟ ପାଣି): ୨୦୧୭ ମସିହାରେ କେନ୍ଦୁଝର ସଦର ଥାନା ଅଞ୍ଚଳରେ ଘଟିଥିବା ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି। କେନ୍ଦୁଝର ଏଡିଜେ କୋର୍ଟ ଦୁଇ ଅଭିଯୁକ୍ତ ସନ୍ତୋଷ  ମୁଣ୍ଡା ଓ ଧନୁ କେରେଇଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରମାନ ଅର୍ଥ ଅନାଦେୟ ହେଲେ ଅଧିକ ଏକ ବର୍ଷ ଜେଲ ଦଣ୍ଡାଦେଶ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହି ପୀଡିତାଙ୍କୁ ୫ […]

kendujhar

Manoranjan Sial
  • Published: Wednesday, 13 January 2021
  • , Updated: 13 January 2021, 04:01 PM IST

କେନ୍ଦୁଝର (ପ୍ରଣୟ ପାଣି): ୨୦୧୭ ମସିହାରେ କେନ୍ଦୁଝର ସଦର ଥାନା ଅଞ୍ଚଳରେ ଘଟିଥିବା ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି। କେନ୍ଦୁଝର ଏଡିଜେ କୋର୍ଟ ଦୁଇ ଅଭିଯୁକ୍ତ ସନ୍ତୋଷ  ମୁଣ୍ଡା ଓ ଧନୁ କେରେଇଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରମାନ ଅର୍ଥ ଅନାଦେୟ ହେଲେ ଅଧିକ ଏକ ବର୍ଷ ଜେଲ ଦଣ୍ଡାଦେଶ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହି ପୀଡିତାଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗରୁ ପ୍ରକାଶ, ୨୦୧୭ ମାର୍ଚ୍ଚ ୧୮ ତାରିଖରେ ପୀଡ଼ିତା ଘରେ ଶୋଇଥିଲେ। ବିଳମ୍ୱିତ ରାତିରେ ଦୁଇ ଅଭିଯୁକ୍ତ ଝରକା ଭାଙ୍ଗି ପୀଡ଼ିତାଙ୍କୁ ଘରୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ସେମାନଙ୍କ କବଳରୁ ପୀଡ଼ିତା ମୁକୁଳି ଘରକୁ ଫେରି ପରିବାର ଲୋକଙ୍କୁ କହିଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

Related story